ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର ? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ? କାରଣ ଏ ଦୁଇ ପ୍ରମୁଖ ମୁଦ୍ଦାକୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚଳିତ ନିର୍ବାଚନରେ ବିଜେଡି ସରକାରର ଉପରେ କଡ଼ା ହମଲା କରିଥିଲେ ।

ଏବେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେଭକ୍ତ, ସେବାୟତ ଓ ସାଧାରଣ ଜନତାଙ୍କ ମନରେ ୪ ଦ୍ବାର ଖୋଲିବାର ଆଶା ଏବଂ ରତ୍ନଭଣ୍ଡାର ଖୋଲିବାର ପ୍ରକ୍ରିୟା ଆରମ୍ଭ ନେଇ ଦେଖାଦେଇଛି ବଡ଼ ସମ୍ଭାବନା । କୋଭିଡ୍ ମହାମାରୀ ପରଠୁ ଶ୍ରୀମନ୍ଦିର ୪ ଦ୍ବାର ନଖୋଲିବା, ଏବଂ ୨୦୧୮ ଏପ୍ରିଲରୁ ରତ୍ନଭଣ୍ଡାର ନେଇ ପ୍ରହେଳିକା ପରେ ଏହାକୁ ନେଇ ଏପର୍ଯ୍ୟନ୍ତ ଅପେକ୍ଷାରେ କୋଟି କୋଟି ଭକ୍ତ। ୨୪ ନିର୍ବାଚନରେ ଏ ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା ବିଜେପି।

ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ବିଜେପିର ତମାମ ନେତା ରାଜ୍ୟବାସୀଙ୍କ ଭାବାବେଗ ସହ ଜଡ଼ିତ ଏ ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ଥିଲେ। ଦଳ କ୍ଷମତାକୁ ଆସିଲେ ଏ ସମ୍ପର୍କରେ ଠୋସ୍ ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ରତ୍ନଭଣ୍ଡାରକୁ ନେଇ ଯେଉଁ ଉତ୍ସୁକତା ସୃଷ୍ଟି ହୋଇଥିଲା ଏବଂ ଚାରି ଦ୍ବାର ଖୋଲିବାକୁ ନେଇ ଯେଉଁ ଅପେକ୍ଷା ରହିଥିଲା ତାର ଖୁବଶୀଘ୍ର ଅନ୍ତ ଘଟିବା ନେଇ ଆଶା ରଖିଛନ୍ତି ଉଭୟ ଭକ୍ତ ଓ ସେବାୟତ।

LEAVE A REPLY

Please enter your comment!
Please enter your name here