୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ମୋଦି!

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ନିର୍ବାଚନ ଫଳାଫଳ ପରେ ଦିଲ୍ଲୀରେ ଗତକାଲି ଏନଡିଏ ବୈଠକ ଶେଷ ହୋଇଛି । ଏହି ବୈଠକରେ ଏନଡିଏର ସମସ୍ତ ଦଳ ନିଜର ସମର୍ଥନ ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତାକାଲି ଏନଡିଏ ସାଂସଦଙ୍କ ବୈଠକ ପରେ ସମସ୍ତ ସହଯୋଗୀ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ । ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ । ଆସନ୍ତାକାଲି ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ ।

ଏହାପରେ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।ଆସନ୍ତା ୮ ତାରିଖରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମ୍ଭାବନା ରହିଛି । ଚଳିତ ନିର୍ବାଚନରେ ଏନଡିଏ ମେଣ୍ଟ ୨୯୨ ସିଟ୍ ହାତେଇଥିବା ବେଳେ ବିଜେପି ଏକାକୀ ଜିତିଛି ୨୪୦ ଆସନ । ସେପଟେ ବିଦାୟୀ ମନ୍ତ୍ରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ରାତ୍ରିଭୋଜନ ଆୟୋଜନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଡିନର ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁରା ମନ୍ତ୍ରୀମଣ୍ଡଳ ସାମିଲ ହୋଇଥିଲା ।

LEAVE A REPLY

Please enter your comment!
Please enter your name here