ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ ଠାରୁ ନିଜ ବିଜୟ ପ୍ରମାଣ ପତ୍ର ଗ୍ରହଣ କଲେ ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି ଅପରାହ୍ନ ରେ ଦିଗପହଣ୍ଡି ବିଧାୟକ ଡ଼ଃ. ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ।ସେଠାରେ ସେ ଉପଜିଲ୍ଲାପାଳ ଦିନା ଦସ୍ତଗିରଙ୍କ ଠାରୁ ନିଜ ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଥିଲେ।ଡ଼ଃ ସିଦ୍ଧାନ୍ତ ମହାପାତ୍ର ଚଳିତ ସଧାରଣ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ ନିର୍ବାଚନ।

ତେବେ ସେ ତାଙ୍କ ନିକଟତମ ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟ ଲାଭ କରିଥିଲେ।ଆଜି ତାଙ୍କର ବହୁ ସମର୍ଥକ ଙ୍କ ଗହଣରେ ନିଜ ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଥିଲେ।ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ଯେଭଳି ବିକାଶ ହେବ ତାକୁ ଗୁରୁତ୍ୱ ଦେବା ସହିତ ନିର୍ବାଚନୀ ପରବର୍ତ୍ତୀ ହିଂସା ଯେଭଳି ନ ହୁଏ ଏବଂ ଶାନ୍ତି ବାଯାଏ ରହିବ ସେଥିପାଇଁ ସେ ଚେଷ୍ଟା କରିବେ।ବ୍ରହ୍ମପୁର ସାଂସଦ ଥିବା ବେଳେ ଯେଭଳି ଲୋକଙ୍କ ସହିତ ରହିଥିଲେ ଏବେ ମଧ୍ୟ ସେ ଲୋକଙ୍କ ସହିତ ରହି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର ବିକାଶ କରିବେ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here