ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଟି-୨୦ ବିଶ୍ୱକପରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ନ୍ୟୁୟର୍କରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୬ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ବୋଲିଂରେ ଘାଇଲା କଲେ ବୁମହା ଓ ପାଣ୍ଡ୍ୟା। ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ। କମ୍ ସ୍କୋର ଥିଲେ ବି ଭାରତର ଘାକତ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ। ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିଲା ୧୨୦ ରନ୍ ବିଜୟ ଲକ୍ଷ୍ୟ।। ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା। ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ଏହି ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା। କିନ୍ତୁ ରିଷଭ ପନ୍ତଙ୍କ ଲଢୁଆ ୪୨ ରନ୍ ବଳରେ କରିଥିଲା ୧୧୯ ରନ୍। ଟି-ଟ୍ବେଣ୍ଟି ବିଶ୍ବକପରେ ଏହା ଭାରତର ଲଗାତାର ଦ୍ବିତୀୟ ବିଜୟ ହୋଇଥିବା ବେଳେ ପାକିସ୍ତାନ ଦ୍ୱିତୀୟ ପରାଜୟ ଦେଖିଛି। ଏହି ବିଜୟ ସହ ଗ୍ରୁପ୍ ‘ଏ’ ପଏଣ୍ଟ ତାଲିକର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ।