ଆହୁରି ୫ ଦିନ ଯାଏଁ ଭୀଷଣ ଖରା 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସିଲା ମୌସୁମୀ, ହେଲେ କମୁନି ତାତି । ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ରାଜ୍ୟରେ ଆହୁରି ତିନରୁ ଚାରି ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ବିଶେଷ କରି ଉତର ଓ ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ସେପଟେ ରାଜ୍ୟରେ ଅଂଶୁଘାତର ମାମଲା ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ପାଇଁ ଆଜି ଓଡିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି ପଶ୍ଚିମ ଓଡିଶାର ୮ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ ଉପକୂଳ ଓଡିଶାର ୧୧ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତକାଲି ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ଯେତେବେଳେ କି ବୌଦ୍ଧରେ ୪୨.୮, ରଳାଖେମୁଣ୍ଡିରେ ୪୨.୪, ବଲାଙ୍ଗୀରରେ ୪୨.୨, ବାରିପଦାରେ ୪୨, ନୟାଗଡ଼ରେ ୪୧.୭, ଝାରସୁଗୁଡ଼ା, ତାଳଚେର ଓ ସମ୍ବଲପୁରରେ ୪୧.୬, ବରଗଡ଼ ଓ ଢେଙ୍କାନାଳରେ ୪୧.୨, ଅନୁଗୁଳରେ ୪୧.୧, ଟିଟିଲାଗଡ଼, ଖୋର୍ଦ୍ଧା ଓ ରାଉରକେଲାରେ ୪୧ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

LEAVE A REPLY

Please enter your comment!
Please enter your name here