ନିର୍ବାଚନ ସରୁ ସରୁ ପରିବା ଦର ଆକାଶଛୁଆଁ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ସରୁ ସରୁ ପନିପରିବା ଦର ଆକାଶଛୁଆଁ । ସରକାର ବଦଳିବା ପରେ ଏବେ ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ପରିବା ଦର ବଢିବା ସହିତ ଖାଉଟିଙ୍କ ଚିନ୍ତା ମଧ୍ୟ ବଢିଛି । ଟ୍ୱିନ ସିଟି ସହ ଓଡ଼ିଶାର ବହୁତ ସ୍ଥାନରେ ପରିବା ଦର ବଢିଛି । ଚାରିଆଡେ ପରିବା ଦରବୃଦ୍ଧିକୁ ନେଇ ଲୋକେ ହନ୍ତସନ୍ତ ।

ତେଲ , ଚାଉଳ , ପିଆଜ ,ପରିବା ସବୁକିଛି ବଢିଛି । ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢି ୧୭୦ ଟଙ୍କାରେ ଯାଇଁ ପହଁଚିଛି । ତେଲ ମଧ୍ୟ ଲିଟର ପିଛା ୧୫ ଟଙ୍କା ବଢିଛି । ଦୁଇ ଦିନ ଭିତରେ ପରିବା ଦର ୧୦ ରୁ ୨୦ ଟଙ୍କା ବଢିଛି । ପ୍ରଥମେ ତେଲ , ଡାଲି ଦର ବଢିବା ପରେ ଏବେ ପିଆଜ ଓ ପରିବା ଦର ବଢ଼ିବାରେ ଲାଗିଛି । ପ୍ରାୟ ସବୁ ପନିପରିବାଗୁଡିକର ଦର ୮୦ ଟଙ୍କାରୁ ଅଧିକ ରହିଛି । ବାହାର ରାଜ୍ୟଗୁଡିକ ଉପରେ ନିର୍ଭର କରିବାରୁ ସେଠାରେ ପରିବା ଦର ଅଧିକ ଥିଲେ ଓଡ଼ିଶାରେ ମଧ୍ୟ ପରିବା ଦର ବଢୁଛି । ଖାଲି ଆଳୁ ଦର ସ୍ଥିର ରହିଛି ତାକୁ ଛାଡିଦେଲେ ଆଉ ସବୁ ଦର ବଢିଛି ।

ଯେହେତୁ ଅଲଗା ପନିପରିବାଗୁଡିକ ବାହାରୁ ଅଣାଯାଉଛି ତେଣୁ ଦର ମଧ୍ୟ ବଢିଯାଇଛି । ଯଦି ପନିପରିବା କଥା କହିବା ତେବେ କଲରା ଦାମ ୮୦ ଟଙ୍କା ରହିଥିବାବେଳେ ପୋଟଳ ଦାମ ୫୦ ଟଙ୍କା , ଭେଣ୍ଡି ୫୦ ଟଙ୍କା, କାକୁଡି ୮୦, ଝୁଡଙ୍ଗ ୧୦୦ ଟଙ୍କା , କାଙ୍କଡ଼ ୭୦ ଟଙ୍କା , ଜହ୍ନି ଦାମ ୫୦ ଟଙ୍କା , ବାଇଗଣ ୫୦ ଟଙ୍କା ରହିଛି । ସେହିଭଳି ପିଆଜ ଦର ୪୦ ଟଙ୍କା ରହିଛି । ପରିବା ଦର ଦେଖି ସାଧାରଣ ଖାଉଟିଙ୍କ ଉପରେ ଚଡକ ପଡିଛି ।

LEAVE A REPLY

Please enter your comment!
Please enter your name here