ଗଞ୍ଜାମ (ବିପ୍ଲବୀ ପରିକ୍ରମା):- ଗଞ୍ଜାମ ଜିଲ୍ଲା ରେ ଏକ ଚର୍ଚ୍ଚିତ ଚେହେରା, ଦୃଢ଼ ସଂଗଠକ,ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକର୍ଷିତ , ଜିଦ୍ ରେ ଅଟଳ ,ନ୍ୟାୟ ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ଆହ୍ଵାନ ଦେବା, ଯାହାର କଥାର ଦମ ରହିଛି। ସେଭଳିଆ ନେତା ହେଉଛନ୍ତି ବର୍ତମାନ ର୍ ବ୍ରହ୍ମପୁର ବିଜେପି ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ।ସାଧାରଣ ନିର୍ବାଚନ ପୂର୍ବରୁ ସେ ରାଜ୍ୟସରକାର ଙ୍କୁ ଟାର୍ଗେଟ କରି, ଗଞ୍ଜାମ୍ ବାସୀଙ୍କୁ ବିଜେଡି ର ଲେଖା ଛିଡ଼ାଇବା ପାଇଁ ଖୋଲା ଆହ୍ଵାନ ଦେଇଥିଲେ।
ଓଡିଶା ରାଜନୀତି ରେ ପାଣ୍ଡିଆନ୍ ଙ୍କ ଦବଦବାକୁ ଜମା ସହ୍ୟ କରିପାରି ନ ଥିଲେ। ପାଣ୍ଡିଆନ୍ ଙ୍କୁ ରାଜନୀତି ରୁ ହଟାଇବା ପାଇଁ ତାଙ୍କ କବଳରୁ ଓଡିଶା ବାସୀଙ୍କୁ ମୁକ୍ତ କରିବା ପାଇଁ ଗଣମାଧ୍ୟମ ଦ୍ୱାରା ବାରମ୍ବାର ବିଜେଡ଼ି କୁ ଟାର୍ଗେଟ କରୁଥିଲେ। ସେ ବିଜେପି ରେ ମିଶି ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚେକ୍ ଦେବାପାଇଁ ଗଞ୍ଜାମ୍ ରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତାଙ୍କ କହିବା ମୁତାବକ, ବିଜେଡ଼ି ର ଲେଖା ଛିଡ଼ାଇ ଦବା କଥାଟି ଓଡିଶା ମାର୍କେଟ ରେ ଏକ ଚହଳ ସୃଷ୍ଟି କରିଥିଲା । ସେ ପୂର୍ବରୁ ମଧ୍ଯ ଗଞ୍ଜାମ୍ ବିଜେଡ଼ି ସଂଗଠନ ପାଇଁ ବହୁତ୍ କିଛି କାର୍ଯ୍ୟ କରିଥିଲେ। ବହୁ ବାର ଓଡ଼ିଶାର ମନ୍ତ୍ରୀ ବି ହୋଇଥିଲେ।
କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନର ଓଡ଼ିଶା ପରିବର୍ତ୍ତନ ର ପ୍ରମୁଖ ଭୂମିକା ତୁଲାଇ ଥିବା ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କୁ ମନ୍ତ୍ରୀ ପଦ ନ ମିଳିବା ସକାଶେ ଗଞ୍ଜାମ ରେ ଅସନ୍ତୋଷ ଦେଖିବାକୁ ମିଳିଛି। ରାତିଦିନ ଏକ କରି ବିଜେଡ଼ି କୁ ଗଞ୍ଜାମ୍ ରେ ଧୂଳି ସାତ କରି ବିଜେପି ର ଫୁଲ ଫୁଟାଇ ଥିଲେ। ଏତେ ପରିଶ୍ରମ କଲା ପରେ, ମଧ୍ଯ ବିଜେପି ରେ ସେ ଆଜି ମନ୍ତ୍ରୀ ପଦ ନ ପାଇବା ଦକ୍ଷିଣ ଓଡ଼ିଶା ଜନସାଧାରଣ ଙ୍କୁ 440 ଭୋଲ୍ଟେ ଝଟକା ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।