ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ନାମ ଘୋଷଣା ପରେ ଆସନ୍ତା କାଲି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ନିଜ ଶପଥ ଗ୍ରହଣ କରିବେ l ସେଥିପାଇଁ ଶପଥ ସମାରୋହରେ ସାମିଲ ହେବାପାଇଁ ଶ୍ରୀ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିପାଇଁ ବିଜେପି ବିଧାୟକଙ୍କର ଟିମ୍ ପୁରୀ ଯାଇଛନ୍ତି । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିିବେ ଚିଲିକା ବିଜେପି ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ, ନିମାପଡା ବିଧାୟିକା ପ୍ରଭାତି ପରିଡା । ଛପା ହୋଇଥିବା ନିମନ୍ତ୍ରଣ କାର୍ଡକୁ ସାଙ୍ଗରେ ନେଇଛନ୍ତି ବିଜେପି ନେତା । ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯିବ । ଗୁଆ ନଡ଼ିଆ ନେଇ ପୁରୀକୁ ଯାଇ ଶପଥ ସମାରୋହରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଛନ୍ତି ନବ ନିର୍ବାଚିତ ବିଧାୟକ ଦଳ l
ଅନ୍ୟପଟେ ମନମୋହନ ସାମଲ ନିଜେ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କାଲିର କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଛନ୍ତି l