ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୨୪ ବର୍ଷ ପରେ ଓଡ଼ିଶାରେ କ୍ଷମତା ପରିବର୍ତ୍ତନ କରିଥିବା ବିଜେପି ସରକାର ମୋହନ ଚରଣ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି, ଆସନ୍ତା କାଲି ସେ ଶପଥ ନେବେ । ୟୁପି-ମଧ୍ୟପ୍ରଦେଶ-ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ବିଜେପି ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା ଲାଗୁ କରିଛି। ଯେଉଁଥିରେ ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ, ସେମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି। ପ୍ରଭାତି ପରିଡା ଓ କେଭି ସିଂହଦେଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ।
ପ୍ରଭାତି ପରିଡା ହେଉଛନ୍ତି ଓଡିଶାର ପ୍ରଥମ ଉପ-ମୁଖ୍ୟମନ୍ତ୍ରୀ, ଯିଏ କି ନିମାପଡା ବିଧାନସଭା ରେ ବିଜେପି ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ, ଆଜି ସେ ଉପ-ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି l