ଆଜି ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର

0
Oplus_131072

ପୁରୀ ( ବିପ୍ଲବୀ ପରିକ୍ରମା ):- ହଟିବ ମହାପ୍ରଭୁଙ୍କ ଦର୍ଶନ କଟକଣା । ଭିଡ଼ କମିବ, ଦୂର ହେବ ଯନ୍ତ୍ରଣା। ଚାରି ଦ୍ୱାରରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜିଉଙ୍କ ମନଖୋଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜି ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ରହିଥିବା ବେଳେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଏପଟେ ବଡଦାଣ୍ଡରୁ ହଟିଛି ଏସି ଟନେଲ ବ୍ୟାରିକେଡ୍। ପ୍ରଶାସନ କହିଛି, ଚାରି ଦ୍ବାର ଖୋଲିଲେ ଆଉ ଏହାର ଦରକାର ପଡ଼ିବନି ।ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ପ୍ରୟାସ ବି ଆରମ୍ଭ ହୋଇସାରିଛି ।ପ୍ରଶାସନର ଏଭଳି ତତ୍ପରତାକୁ ନେଇ ଶ୍ରଦ୍ଧାଳୁଙ୍କ ଖୁସିର ସୀମା ନାହିଁ। ମହାମାରୀ ପରଠୁ ବନ୍ଦ ରହିଛି ଶ୍ରୀମନ୍ଦିର ଚାରି ଦ୍ବାର ।

ଏବେ ସବୁ ଦ୍ବାର ଖୋଲିବା ପୂର୍ବରୁ ଭକ୍ତଙ୍କ ପାଇଁ ବ୍ୟବସ୍ଥିତ ପ୍ରବେଶ, ବ୍ୟାରିକେଡ୍, ଜୋତା ଷ୍ଟାଣ୍ଡ ଏବଂ ପୋଲିସ ମୁତୟନ, ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ରହିବ। ସେପଟେ ବିଜେପି ସରକାର ହେବାର ମାସକ ମଧ୍ୟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାର ଯାଂଚ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବା ନେଇ ଆଶା ରହିଛି।

LEAVE A REPLY

Please enter your comment!
Please enter your name here