ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ରଘୁବର ଦାସ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆସନ୍ତା ୩୧ ତାରିଖରେ ଶପଥ ନେବେ ନୂଆ ରାଜ୍ୟପାଳ । ୨୯ ତାରିଖରେ ରାଜଭବନରେ ପହଂଚିବେ ରଘୁବର ଦାସ । ଓଡିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ରଖି କହିଛନ୍ତି, ରାଜ୍ୟପାଳ ଭାବେ ନୂଆ ସାମ୍ବିଧାନିକ ଦାୟିତ୍ୱ ମୋ ପାଇଁ ଏକ ଗୁରୁ ଦାୟିତ୍ୱ । ଏହାକୁ ନିଷ୍ଠାର ସହ ପାଳନ କରିବି । ଝାଡ଼ଖଣ୍ଡର ଜାମସେଦପୁରର ଏକ କାର୍ଯ୍ୟକ୍ରମରେ ସେ ଗଣମାଧ୍ୟମକୁ କହିଛନ୍ତି, ଦୁନିଆରେ କେଉଁ କାମ ଅସମ୍ଭବ ନୁହେଁ। ୧୯୮୦ରୁ ଭାରତୀୟ ଜନତା ପାର୍ଟି ଯେଉଁ ଦାୟିତ୍ୱ ଦେଇଛି, ତାକୁ ଅତି ନିଷ୍ଠାର ସହ ସମ୍ପାଦନ କରିଛି । ଓଡ଼ିଶା କିଭଳି ବିକାଶର ନୂଆ ଶିଖର ଛୁଇଁବ ଏବଂ ସରକାରଙ୍କ କିଭଳି ସମନ୍ୱୟ ରଖି କିଭଳି କାମ କରାଯାଇ ପାରିବ, ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ରଘୁବର ଦାସ ।ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ନେବେ ରଘୁବର ଦାସ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବେ ।ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ । ସେ ୫ ଥର ବିଧାନସଭା ନିର୍ବାଚିତ ହୋଇଛନ୍ତି । ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର । ୨୦୧୪ରୁ ୨୦୧୯ ଯାଏଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ରଘୁବର ଦାସ ।

 

LEAVE A REPLY

Please enter your comment!
Please enter your name here