ଆଜି ପହିଲି ରଜ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ହେଉଛି ପହିଲି ରଜ l ଓଡିଶାର ଗଣ ପର୍ବ ରୂପେ ପରିଚିତ ରଜର ଆଜି ହେଉଛି ପ୍ରଥମ ଦିନ । ରାଜଧାନୀ ଭୁବନେଶ୍ବର ଠାରୁ ଆରମ୍ଭ କରି ପୁର ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ସଜବାଜ ହୋଇ ଦୋଳି ଖେଳି ପିଠା ମିଠା ଓ ପାନ ଖାଇ ରଜ ପାଳୁଛନ୍ତି ଓଡ଼ିଶାବାସୀ । ଝିଅମାନେ ସଜେଇ ହୋଇ ଦୋଳି ଖେଳି ରଜ ମଉଜ କରିଛନ୍ତି ।

ଓଡ଼ିଶାର ଗଣପର୍ବ ତଥା କୃଷିଭିତ୍ତିକ ଓଡ଼ିଆ ପରମ୍ପରା ରଜର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଆଉ ଏହି ଉତ୍ସବର ମାହୋଲକୁ ନେଇ ଖୁସି କୁମାରୀ ଝିଅ । ରଜ ପର୍ବ ଝିଅ ମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ହୋଇଥିବା ବେଳେ ସମସ୍ତେ ଏହାକୁ ଧୁମଧାମରେ ପାଳନ କରିଛନ୍ତି । ମେହନ୍ଦୀ ଅଳତା ଲଗେଇ ସଜବାଜ ହୋଇଥିବା ବେଳେ ଆଜି ନୂଆ ଡ୍ରେସ ପିନ୍ଧି ସଜେଇ ହୋଇ ରଜ ପାଳୁଛନ୍ତି ରଜ ସୁନ୍ଦରୀ । ଏହି କ୍ରମରେ ସମଗ୍ର ଓଡିଶା ଚାକଚକ୍ୟ ଭିତରେ ରଜଦୋଳିର ମଜା ନେଉଛି । ଦୋଳିଗୁଡିକ ଫୁଲରେ ସଜା ଯାଇଛି ।

ଗାଁ’ଠୁ ସହର ସବୁଠି ରଜ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କୁଆଁରୀମାନେ ରଜ ୩ଦିନ ପାଳନ ପାଇଁ ନୂଆ ପୋଷାକ, ଦୋଳି ଖେଳିବା, ପିଠା ଖାଇବା, ଖେଳକୁଦ ଓ ମଉଜ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। କୁଆଁରିମାନେ ରଜରେ ଦୋଳି ଖେଳବା ସହ ମେହେନ୍ଦୀ ଲଗାଇବା, ପିଠା, ମିଠା ପାନ ଖାଇବାକୁ ପସନ୍ଦ କରିଥାନ୍ତି। ଆଜି ଘରେ ଘରେ ରଜ ସଜବାଜ ସହ ପିଠା ମିଠାର ପ୍ରସ୍ତୁତି ଚାଲିଛି। ସେପଟେ ରଜ କିଣାବିକା ପାଇଁ ବଜାରରେ ଭିଡ ମଧ୍ୟ ଜମିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନ ପାଇଁ ଆଜି ସଜବାଜରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here