(ବିପ୍ଲବୀ ପରିକ୍ରମା ବ୍ୟୁରୋ);ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଅଛି । ଆଉ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ଇଡି ସମନ କରିଛି । କିଛି ମାସ ପୂର୍ବେ ଇଡି ମନି ଲଣ୍ଡରିଂ ମାମଲାରେ ମୁମ୍ବାଇର ଟ୍ରାଇଟନ୍ ହୋଟେଲ ନାମକ ଏକ ଫାର୍ମ ବିରୋଧରେ ଚଢ଼ାଉ କରିଥିଲା। ସେହି ସମୟରେ ବୈଦେଶିକ ମୁଦ୍ରା ବିନିମୟ ପରିଚାଳନା ଅଧିନିୟମ ୧୯୯୯ ଅଧୀନରେ ୨୯ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜୟପୁର, ଉଦୟପୁର, ମୁମ୍ବାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ରିସୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ରତନ କାନ୍ତ ଶର୍ମା, ଯିଏକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପୁଅ ବୈଭବ ଗେହଲଟଙ୍କ ବିଜ୍ନେସ୍ ପାର୍ଟନର୍। ଏହି ମାମଲାରେ ରତନ କାନ୍ତଙ୍କ ସମ୍ପୃକ୍ତି ରହିଛି। ନିଜେ ଅଶୋକ ଗେହଲଟ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି ।ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ ଏବଂ ଗରିବଙ୍କୁ ଲାଭ ମିଳୁବୋଲି ବିଜେପି ଚାହୁଁନାହିଁ । ତେଣୁ ଇଡିକୁ ବ୍ୟବହାର କରାଯାଉଛି ବୋଲି ଅଶୋକ ଗେହଲଟ ଅଭିଯୋଗ କହିଛନ୍ତି । ରାଜସ୍ଥାନର ଜୟପୁର ହେଉ ଅବା ନୂଆଦିଲ୍ଲୀରେ ଥିବା ଇଡି ଅଫିସରେ ହାଜର ହେବାକୁ ବୈଭବଙ୍କୁ କୁହାଯାଇଛି । ବୈଦେଶିକ ମୁଦ୍ରା ଉଲ୍ଲଂଘନ ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି । ନିକଟରେ ଇଡି ରାଜସ୍ଥାନରେ ଏକ ହସ୍ପିଟାଲିଟି ଗ୍ରୁପ ଏବଂ ଏହାର ମାଲିକ ବିରୋଧରେ ରେଡ୍ କରିଥିଲା । ମୋଟ୍ ୩ଟି ଠିକଣାରେ ଇଡି ରେଡ୍ କରି ନଗଦ ୧.୨ କୋଟି ଟଂକା ଜବତ କରିଥିଲା । ସେହିପରି ବିଜେପି ସାଂସଦ କିରୋଡି ଲାଲ ମୀନା ଇଡିରେ ଅଭିଯୋଗ କରିଥିଲେ ଯେ କିଛି ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ କଳାଟଂକା ପ୍ରଦାନ କରୁଛନ୍ତି ।