ଆଜି ପହିଲି ରଜ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଆରେ କଥା ଅଛି ବାର ମାସରେ ତେର ପର୍ବ । ଏଥିରୁ ରଜ ପର୍ବ ତ ସବୁଠୁ ନିଆରା । ବରଷରେ ଥରେ ଆସେ ରଜ । ଏଇ ରଜ ଗାଁ ଦାଣ୍ଡଠୁ ଆରମ୍ଭ କରି ସହର ବଜାରରେ ନିଆରେ ଭାବେ ପାଳନ କରାଯାଏ । ରଜ ଆସିଲେ ଚଳଚଂଚଳ ହୋଇ ଉଠେ ପୁରପଲ୍ଲୀ ଓ କୁଆରୀ ମାନଙ୍କ ମନ ।ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି । ପୁରୁଣା ପରମ୍ପରା ଅନୁସାରେ ପହିଲି ରଜ ପାଳନ ପାଳୁଛନ୍ତି ଯୁବତୀ । ଆଜି ହେଊଛି ପହିଲି ରଜ।ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ ।

ଚୁତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜରେ ଆସର ରଜଦୋଳି ଓ ପୋଡ଼ ପିଠାରେ ଅଧିକ ଜମିଥାଏ । ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ । ଝିଅମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ଲଗାଇବା ସହ ନୂଆ ପୋଷାକ ପିନ୍ଧି ଗାଁ ବୁଲନ୍ତି । କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସୀରେ ରଜ ଉତ୍ସବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ ।

LEAVE A REPLY

Please enter your comment!
Please enter your name here