ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ରାସ୍ତାକଡ଼ ଗଛରେ ପିଟି ହେଲା, ଯାତ୍ରୀବାହୀ ସରକାରୀ ବସ୍ । ସେଥିରେ ବସିଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ, ଭଂଜନଗର – ବେଲଗୁଣ୍ଠା ରାସ୍ତାରେ ଘଟିଛି ଏଭଳି ଦୁର୍ଘଟଣା । ବସ୍ ଟି କଟକରୁ ବାଲିଗୁଡା ଯାଉଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବେଲଗୁଣ୍ଠା ଓ ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ଭଂଜନଗର ମେଡିକାଲରେ ଚିକିତ୍ସିତ ୮ ଜଣ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ, ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବସ୍ ଟି ଦୃତ ଗତିରେ ଆସି, ରାସ୍ତାକଡ଼ରେ ଥିବା ଗଛକୁ ପିଟି ହୋଇଯିବାରୁ, ଏଭଳି ଦୁର୍ଘଟଣା ଘଟିଲା ବୋଲି, ଗାଡ଼ିରେ ବସିଥିବା ଯାତ୍ରୀମାନେ କହିଥିଲେ । ଘଟଣା ସ୍ଥଳରେ ବେଲଗୁଣ୍ଠା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।