ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଓଡ଼ିଆଙ୍କ ଐତିହ୍ୟକୁ ସ୍ଵତନ୍ତ୍ର ଭାବେ ବଜାୟ ରଖିଥିବା ଗଣପର୍ବ ହେଉଛି ରଜ । ଏହି ରଜ ଅବସରରେ ପିଏନଭି ଫାଉଣ୍ଡେସନ ଦ୍ବାରା କଟକ କ୍ଳବ୍ ଠାରେ ଉଦ୍ୟାମୀ ଓଡିଶା – ମେଡ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ତେବେ ଓଡିଶା ର ଉଦ୍ୟୋଗୀ ଏବଂ ବ୍ଯବସାୟୀମାନଙ୍କ ପାଇଁ ଏକ ପଦକ୍ଷେପ ଯାହା ଓଡିଶାର ବିଭିନ୍ନ ସ୍ଥାନରେ ରୋଜଗାର, ଅର୍ଥନୈତିକ ମୂଲ୍ଯ ଏବଂ ବିଶ୍ବସନୀୟ ବ୍ଯବସାୟିକ ବ୍ଯବସ୍ଥା ସୃଷ୍ଟି କରୁଥିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ମନୋବଳ କୁ ଆହୁରି ଦୃଢ଼ କରିବ । ଏବଂ ଏହି ମିଶନ୍ ନୂତନ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍ ମାନଙ୍କୁ ସମୟ ପରୀକ୍ଷିତ ଶିକ୍ଷା ଓ ପ୍ରେରଣା ଯୋଗାଇବା ସହ ସ୍ଥାୟୀ ଓ ସଫଳ କରିବା ପାଇଁ ଅଧିକ ଅଂଶୀଦାର ଏବଂ ଉଦ୍ୟୋଗୀଙ୍କୁ ଏକାଠି କରିବାକୁ ଲକ୍ଷ୍ଯ ରଖିଛି ବୋଲି ବ୍ୟକ୍ତ କରିଛନ୍ତି ପିଏନଭି ଗ୍ରୁପ୍ ର ନିର୍ଦ୍ଦେଶକ ସାନୁ ରଥ ।
ତେବେ ଏହି କାର୍ଯ୍ୟକ୍ରମରେ ଏସସିବି ମେଡିକାଲ କଲେଜର ପ୍ରଫେସର୍ ଡାକ୍ତର ଜୟନ୍ତ ପଣ୍ଡା, ଅଭିନେତା କୁନା ତ୍ରିପାଠୀ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, କଟକ କ୍ଲବ୍ ର ସଚିବ ଯଶୋବନ୍ତ ଦାସ ଓ କଟକ ରୋଟାରୀ କ୍ଲବ୍ ର ସଭାପତି ସମୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗମୀ ଦିନରେ ପିଏନଭି ଫାଉଣ୍ଡେସନ ଏହି ପଦକ୍ଷେପକୁ ବଜାୟ ରଖିବା ଏବଂ ସଂପ୍ରସାରଣ କରିବା ଦିଗରେ ଉଦ୍ଯୋଗୀ ମାନଙ୍କୁ ସମ୍ମାନିତ କରିବା ସହ ନେଟୱର୍କିଂ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର କରିବାକୁ ଲକ୍ଷ୍ଯ ରଖିଛି । ଏହା ବ୍ୟତୀତ ଓଡିଶା ତଥା ଅନ୍ୟ ରାଜ୍ଯର ଉଦ୍ୟୋଗୀ ମାନଙ୍କ ମଧ୍ଯରେ ସହଯୋଗ କୁ ସୁଗମ କରିବାରେ ସାହାଯ୍ୟ କରିବ ଓ ରାଜ୍ଯ ର ଅର୍ଥନୈତିକ ବିକାଶ ଦିଗରେ ମାଇଲ ଖୁଣ୍ଟ ହେବ ବୋଲି କହିଛନ୍ତି ପିଏନଭି ଗ୍ରୁପର ନିର୍ଦେଶକ ସତ୍ୟବ୍ରତ ରଥ ।