କ’ଣ ହେବ ବିଏସକେୱାଇ ଓ ମିସନ ଶକ୍ତିର ଭବିଷ୍ୟତ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ ସରକାର ବଦଳିଛି । ବିଜେଡି ଯାଇ ବିଜେପି ସରକାର ଆସିଛି । ହେଲେ ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଲୋକଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଓ ଶଙ୍କା ସୃଷ୍ଟି ହୋଇଛି । ବିଏସକେୱାଇ, ହରିଶ୍ଚନ୍ଦ୍ର, ମମତା ଭଳି ଯୋଜନାରେ ଲକ୍ଷ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ନୂଆ ସରକାର ଆସିବା ପରେ ସେସବୁ ଲୋକାଭିମୁଖୀ ଯୋଜନା ଭବିଷ୍ୟତ କଣ ହେବ? ବନ୍ଦ ହୋଇଯିବ କି? ଏଭଳି ଆଶଙ୍କାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି ।
ଆଉ ଏହାର ଆକଳନ କରିଛନ୍ତି ବିଶେଷାଜ୍ଞା ମାନେ କହିଛନ୍ତି ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେପି । ସରକାରକୁ ଆସିବା ପରେ ସେସବୁକୁ ପୂରଣ କରିବା ଏବେ ବଡ ଦାୟିତ୍ୱ । କିନ୍ତୁ ଏହାରି ଭିତରେ ପୁରୁଣା ଯୋଜନାଗୁଡିକ ପୂର୍ବଭଳି କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ବିଏସକେୱାଇ ଯୋଜନାରେ ମାସିକ ପ୍ରାୟ ୧ ଲକ୍ଷରୁ ଅଧିକ ହିତାଧିକାରୀ ଏଥିରେ ଉପକୃତ ହୋଇ ଆସୁଛନ୍ତି । ଏପଟେ ବିଜେପି ତା’ ଇସ୍ତାହାରରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଜୋର ଦେଇଥିଲା । ଲୋକ ପାଉଥିବା ସୁବିଧାରେ ଯେମିତି ସମସ୍ୟା ସୃଷ୍ଟି ନହୁଏ, ସେଥିପ୍ରତି ସରକାର ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି । ଏପଟେ ସରକାରୀ ବିଧି ବ୍ୟବସ୍ଥା ଓ ବିଭିନ୍ନ ଯୋଜନା ସଂପର୍କରେ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ନୂଆ ସରକାର । ଏଥିପାଇଁ ବିଭିନ୍ନ ବିଭାଗ ସହ ତୁହାକୁ ତୁହା ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବିଭାଗ ବଂଟନ ହେବା ପରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।