Even after 76 years of independence, Kantavan Sahi is still deprived of electricity

0
Oplus_131072

ସ୍ଵାଧୀନତା ର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ କଣ୍ଟାବଣ ସାହି

ନୂଆଗଡ( ବିପ୍ଲବୀ ପରିକ୍ରମା ):– ସ୍ଵାଧୀନତା ର ୭୬ ବର୍ଷ ପରେ ବି ବିଜୁଳି ଆଲୁଅ ରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ। ଆଲୁଅ ବିନା ଘର ଠୁ ପୁରା ଗାଁ ପାଲଟିଛି ଘନ ଅନ୍ଧକାର। ଡିବିରି ଆଲୁଅ ଲିଭିଗଲା ପରେ ସବୁ ଯେମିତି ଖାଁ ଖାଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପାରାଡୁଲ ଗାଁ ରେ l

ନୂଆଗଡ ବ୍ଲକ ବଣ ପାହାଡ଼ ଘେରା ମଧ୍ୟରେ ଥିବା ପାରାଡୁଲ ଗାଁ ର କଣ୍ଟାବଣ ସାହି। ସାହି ରେ ରୁହନ୍ତି ପ୍ରାୟ ୨୦ ରୁ ଉର୍ଦ୍ଧ ପାରିବାର। ସୂଚନା ପ୍ରକାରେ ୨୦୧୯ ରେ ପ୍ରଶାସନ ଦ୍ବାରା ଗାଁ କୁ ବିଦ୍ୟୁତ୍ ସଂଯୋଗୀ କରଣ ନିମନ୍ତେ ଗାଁ ରେ ଘରେ ଘରେ ମିଟର ବକ୍ସ ବସାଜାଇଛି, ହେଲେ ବିଦ୍ୟୁତ୍ ସଂଯୋଗ ନକରି ଛାଡିଦିଆଯାଇଛି। ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଜମି ରେ ଜଳ ସେଚନ ଠୁ ଆରମ୍ଭ କରି ପିଲାଙ୍କ ଭବିଷ୍ୟତ ଗଠନ ରେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁ ଲୋକେ ।

ପାହାଡ଼ ଜଙ୍ଗଲ ଘେରା ଭିତରେ ରହିଥିବା ଏହି ଗାଁ ଲୋକେ ରାତି ହେଲେ ଭୟଭିତ ଅବସ୍ଥା ରେ ରହିବା ସହ ଚାହିଁ ବସିଛନ୍ତି ବିଜୁଳି ଆଲୁଅ କୁ। ସବୁଠାରୁ ବଡ଼କଥା ହେଲା ଖରା ଦିନରେ ଅତିଶୟ ଗରମ ରେ ପଙ୍ଖା ଟିଏ ବି ଲଗେଇ ପାରୁନାହାନ୍ତି। ଛାତ୍ର ଛାତ୍ରୀ ମାନେ ଅନ ଲାଇନ୍ ପାଠ ପଢ଼ା ରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅନେକ ଥର ପ୍ରଶାସନ କୁ ଅଭିଯୋଗ କରିଥିଲେ ବି କେବଳ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ଗ୍ରାମ ବାସୀ। ଗାଁ କୁ ଯେମିତି ଶୀଘ୍ର ବିଜୁଳୀ ସଂଯୋଗ କରାଯାଇପାରିବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଆର୍ ଉଦୟଗିରି ବିଦ୍ୟୁତ ବିଭାଗ ଅଧିକାରୀ ଦିଲୀପ କୁମାର ଲେଙ୍କା (SDO) ।

ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ମଧ୍ୟମରେ ସରକାର ଗାଁ ଗାଁ କୁ ବିଜୁଳି ଆଲୁଅ ଯୋଗାଉଛନ୍ତି କିନ୍ତୁ ବିଦ୍ୟୁତ୍ ବିଭାଗ ର ଖାମ ଖିଆଲ ମନୋଭାବ ଯୋଗୁଁ ଆଜି ମଧ୍ୟ ବିଜୁଳି ଆଲୁଅ ସ୍ବପ୍ନ ହୋଇ ରହିଛି ଏହି ଗ୍ରାମବାସୀ ଙ୍କ ପାଇଁ, ତେବେ ଅପେକ୍ଷା କେବେ ଏହି ଗ୍ରାମବାସୀ ଅନ୍ଧାରୀ ମୂଲକ ରୁ ବାହାରି ବିଜୁଳୀ ଆଲୁଅ ଦେଖିପାରୁଛନ୍ତି l

LEAVE A REPLY

Please enter your comment!
Please enter your name here