ଦୁଇ ମନ୍ତ୍ରୀ ଙ୍କୁ ଜୋରଦାର ସ୍ୱାଗତ କଲେ ମୟୂରଭଞ୍ଜବାସୀ
ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜର ରେ ବିଜେପି ନେତା ଓ ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ବାରିପଦାରେ ବିଜେପିର ୭ ଜଣ ବିଧାୟକ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ , ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ କଲେ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ।ଗତ ସାଧାରଣ ନିର୍ବାଚନରେ ସାରା ଓଡ଼ିଶାରେ ବିଜେପି ସରକାର କରିବା ପରେ ବିଧାୟକ ମାନଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯାଇଥିଲା। ଏହି ମନ୍ତ୍ରୀ ପଦ ପାଇବା ପରେ ନିଜ ଅଞ୍ଚଳକୁ ଫେରିଥିଲେ ସମସ୍ତ ବିଧାୟକ । ତେବେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାୟକ ତଥା ମନ୍ତ୍ରୀପଦ ପାଇଥିବା ବିଧାୟକଙ୍କୁ ସ୍ଵାଗତ କରିବା ପାଇଁ ବାରିପଦାର ପାଲବଣି ଠାରୁ ଏକ ବିଶାଳ ଶୋଭା ଯାତ୍ରା ଆରମ୍ଭ ହୋଇଥିଲା । ଏହା ସହର ପରିକ୍ରମା କରିବା ସହ ତକତପୁର ଠାରେ ଥିବା ବିଜେପି ଦଳୀୟ କାର୍ଯ୍ୟାଳୟରେ ଶେଷ ହୋଇଥିଲା ।ଏହା ପରେ ସେଠାରେ ମଧ୍ୟ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସେଲିବ୍ରେସନ କରିଥିଲେ କାର୍ଯ୍ୟକର୍ତା।
ସହରର ବିକାଶ କିଭଳି ଭାବେ ହେବ ସେ ନେଇ ନିଶ୍ଚିତ ପଦକ୍ଷେପ ଗ୍ରହଣ କାରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନ ମନ୍ତ୍ରୀ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ଓ ଦାୟିତ୍ୱ ଦେଇଛନ୍ତି ତାହା କିଭଳି ସୁଚାରୁ ରୂପେ ପରିଚାଳିତ ହେବ ସେଥିପାଇଁ ଦାୟିତ୍ୱବାନ ହେବା ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ lମୟୂରଭଞ୍ଜ ରେ ଦିନକୁ ଦିନ ସନ୍ତୁଳନ ହରାଉଥିବା ପରିବେଶକୁ କିପରି ସନ୍ତୁଳନ କରାଯାଇ ପାରିବ ଏବଂ ଶିମିଳିପାଳର ସୁରକ୍ଷା ନିଆଯାଇ ପାରିବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।