ବ୍ରହ୍ମପୁରରେ ମନ୍ତ୍ରୀ ବିଭୁତି ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା , ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ବ୍ରହ୍ମପୁର ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଆଜି ମନ୍ତ୍ରୀ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନକୁ ଆସୁଥିବା ବେଳେ ,ପୁକୁଡ଼ି ବନ୍ଧ ଛକ ଠାରୁ ତାଙ୍କୁ ସ୍ୱାଗତ ଜଣାଇ ଦିଆଯାଇଥିଲା।ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗଦେଇ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ।ପରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ଗୋଳନ୍ଥରା ସ୍ଥିତ ନିଜ ଵାସ ଭବନରେ ପହଞ୍ଚି ନିଜ ମାତା ଙ୍କ ଆଶ୍ରିବାଦ ନେଇଥିଲେ।ଏହି ସମୟରେ ବହୁ ସ୍ଥାନରେ ମନ୍ତ୍ରୀ ବିଭୁତି ଜେନା ଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।