Today is the first session of the assembly

0
Oplus_131072

ଆଜି ବିଧାନସଭାର ପ୍ରଥମ ଅଧିବେଶନ

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ନିର୍ବାଚନ ଶେଷ ହେବା ପରେ ଆଜି ବସିବାକୁ ଯାଉଛି ପ୍ରଥମ ବିଧାନସଭା ଅଧିବେଶନ । ଆଜିଠାରୁ ବିଧାନସଭାର ତିନିଦିନିଆ ଅଧିବେଶନ ବସିବ । ନୂଆ ସରକାର ଆସିବା ପରେ ନବନିର୍ବାଚିତ ବିଧାୟକମାନେ ଦୁଇଦିନ ଧରି ଶପଥ ଗ୍ରହଣ କରିବେ । ଏଥିସହ ନୂତନ ବାଚସ୍ପତି ପାଇଁ ମଧ୍ୟ ଏହି ଅଧିବେଶନରେ ନିର୍ବାଚିତ ହେବେ । ଏବେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟପାଳଙ୍କ ଦ୍ବାରା କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି । ସେ ହିଁ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ।

ଏହା ପରେ ବିଜେପିର ବରିଷ୍ଠ ମହିଳା ବିଧାୟିକା ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହେବାର ସର୍ବାଧିକ ସମ୍ଭାବନା ରହିଛି ।ଏନେଇ ବିଧାନସଭା ପରିସରରେ ପୋଲିସ ଡିଜି ସୁରକ୍ଷା ସମୀକ୍ଷା କରିଛନ୍ତି । ପୋଲିସ ଡିଜି, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ବିଧାନସଭା ପରିସର ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି । ୮ ପ୍ଲାଟୁନ ପୋଲିସ ଫୋର୍ସ ସହ ୭୫ଜଣ ଅଧିକାରୀ ସୁରକ୍ଷାରେ ନିୟୋଜିତ ରହିବେ ।

LEAVE A REPLY

Please enter your comment!
Please enter your name here