ଆଦିବାସୀ ମାନ୍ୟତା ଦାବିରେ ମୋହନ ସରକାରଙ୍କୁ କୁଡୁମୀ ସେନାର ଦାବିପତ୍ର
ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଆଦିବାସୀ ମାନ୍ୟତା ଦାବିରେ ଦୀର୍ଘ ୧୨ ବର୍ଷ ଧରି ନିରନ୍ତର ଆନ୍ଦୋଳନ କରିଆସୁଛି କୁଡୁମୀ ସେନା।ମାତ୍ର ପୂର୍ବରୁ ଥିବା ଉଭୟ ରାଜ୍ୟ ଆଉ କେନ୍ଦ୍ର ସରକାର ଏହି ଜାତିକୁ ଅଣଦେଖା କରିଆସୁଥିବା କଥା କହିଛି କୁଡୁମୀ ସେନା।ତେବେ ନୂତନ ଭାବେ ମୋହନ ସରକାର ଦାୟିତ୍ୱକୁ ଆସିବା ପରେ ପୁଣି ମନରେ ଆଶା ଓ ବିଶ୍ୱାସ ବାନ୍ଧିଛି କୁଡୁମୀ ସେନା।ଯାହାକୁ ନେଇ ସୋମବାର କୁଡୁମୀ ସେନାର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଜୈମୁନୀ କୁମାର ମହାନ୍ତ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ନୂତନ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଧେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ତେବେ ବର୍ତମାନ ରାଜ୍ୟ ଆଉ କେନ୍ଦ୍ରରେ ଗୋଟିଏ ସରକାର ହୋଇଥିବାରୁ କୁଡୁମୀ ଜାତିର ଏହି ଦାବି ଉପରେ ସରକାରଙ୍କ ନିଶ୍ଚିତ ଦୃଷ୍ଟି ପଡିବ ବୋଲି ମନରେ ଆଶା ବାନ୍ଧି ବସିଛି କୁଡୁମୀ ସେନା।