କଟକର ଶ୍ରଦ୍ଧାଞ୍ଜଳି ଓ ଭୁବନେଶ୍ଵରର ସ୍ମୃତି ସଞ୍ଚିତା ହାତେଇଲେ ରଜ କୁମାରୀ ମୁକୁଟ
କଟକ ( ବିପ୍ଲବୀ ପରିକ୍ରମା ):- କଟକ ବାଙ୍କୀ ଠାରେ ଥିବା SSB KINGDOM କେବଳ ଯେ ଜଳକ୍ରୀଡ଼ା କିମ୍ବା ରିସୋର୍ଟ ରେ ସୀମିତ ନାହିଁ । ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜକୁ ପ୍ରଚାର ପ୍ରସାର କରିବା ସହ ଓଡ଼ିଶାର ଐତିହ୍ୟ, ପରମ୍ପରା କୁ ସ୍ଵତନ୍ତ୍ର କରିବା ପାଇଁ SSB KINGDOM ଆୟୋଜନ କରିଥିଲା ରଜ କୁମାରୀ । ତେବେ ଏହି ରଜ କୁମାରୀ ଅଡିସନରେ ସମଗ୍ର ଓଡ଼ିଶାରୁ ପାଖାପାଖି ୮୦ ରୁ ଉର୍ଦ୍ଧ୍ବ ଝିଅ ମାନେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୫ ରୁ ୯ ବର୍ଷର, ୬୦ଜଣ ରେଜିଷ୍ଟର କରିଥିବା ବେଳେ ୧୩ ରୁ ୨୦ ବର୍ଷର, ୨୫ ଜଣ ଝିଅ ନିଜର ନା’ ରେଜିଷ୍ଟର କରିଥିଲେ ।
ଚଳିତ ମାସ ୧୩ ଏବଂ ୧୪ ତାରିଖରେ ଏହାର ଅଡିସନ୍ କରଯାଇଥିଲା । ଏବଂ ଦୁଇଟି ଗ୍ରୁପ୍ ରେ ବିଭକ୍ତ କରାଯାଇଥିଲା । ତେବେ ଆଜିର ଏ ଗ୍ରାଣ୍ଡ ଫାଇନାଲରେ ଗ୍ରୁପ-ଏ ରୁ କଟକ ର ଶ୍ରଦ୍ଧାଞ୍ଜଳି ସାହୁ ରଜ କୁମାରୀ ମୁକୁଟ ହାସଲ କରିଥିବା ବେଳେ ଗ୍ରୁପ୍-ବି ରୁ ଭୁବନେଶ୍ଵର ର ସ୍ମୃତି ସଞ୍ଚିତା ଦାସ୍ ରଜ କୁମାରୀ ମୁକୁଟ ହାସଲ କରିଛନ୍ତି । ସେହିପରି ଗ୍ରୁପ୍-ଏ ରେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ, ସାଲଭି ସାହୁ ଓ ସିଦ୍ଧି ସମ୍ପୂର୍ଣା ନାୟକ ରହିଛନ୍ତି । ଏବଂ ଗ୍ରୁପ୍-ବି ରେ ଯାଜପୁର ର ଚିନ୍ମୟୀ ବିଶ୍ୱାଳ ଦ୍ବିତୀୟ ଓ କଟକ ର ପ୍ରୀତି ପ୍ରିୟଦର୍ଶିନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ତେବେ ଏହି ଗ୍ରାଣ୍ଡ ଫାଇନାଲରେ ଜୁରି ମେମ୍ବର ହିସାବରେ ତ୍ରିଶୁ ଓ ଅଭିଜିତ ଭଞ୍ଜ ରହିଥିଲେ । ଏଭଳି କାର୍ଯ୍ୟକ୍ରମ ଆଗମୀ ପିଢ଼ିକୁ ଓଡ଼ିଆ ସାହିତ୍ୟ,ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଗୁରୁତ୍ଵ ପ୍ରଦାନ କରିବ ବୋଲି କହିଛନ୍ତି SSB KINGDOM ର ମ୍ୟାନେଜିଙ୍ଗ ଡାଇରେକ୍ଟର ଶିବାନୀ ପଟ୍ଟନାୟକ ।