ଲକ୍ଷ୍ମଣ ନବୀନ ଭେଟ
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ମୁଣ୍ଡିଆ ମାରିଲେ, ଗୃହ ପ୍ରବେଶ କଲେ, ଶପଥ ନେଲେ। ଆରମ୍ଭ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ। ଏହି ଅବସରରେ ଗୃହରେ ଦେଖିବାକୁ ମିଳିଥିଲା ଅନେକ ରୋଚକ ଦୃଶ୍ୟ। ଦିନେ ଯିଏ ମୁଖ୍ୟମନ୍ତ୍ରୀ ସାଜି ଗୃହକୁ ଆସୁଥିଲେ, ସେ ଆଜି କେବଳ ନିରୋଳା ବିଧାୟକ ଭାବେ ଶପଥ ନେଇଥିଲେ। ଅନ୍ୟପକ୍ଷରେ ଦିନେ ଯିଏ କେବଳ ବିଧାୟକ ଥିଲେ, ସିଏ ମୁଖ୍ୟମନ୍ତ୍ରୀ ସାଜି ଗୃହ ପ୍ରବେଶ କରିଥିଲେ। ଏହା ଭିତରେ ନବୀନ ଓ ତାଙ୍କୁ କଣ୍ଟାବାଞ୍ଜିରେ ହରାଇଥିବା ଲକ୍ଷ୍ମଣ ବାଗଙ୍କ ସାକ୍ଷାତ ଥିଲା ବେଶ୍ ରୋଚକ।ପ୍ରଥମ ଦିନରେ ମୋଟ୍ ୧୦୨ ଜଣ ବିଧାୟକ ଶପଥ ନେଇଛନ୍ତି, ଯାହାଙ୍କ ଭିତରେ ଅଛନ୍ତି ୮୦ ନୂ୍ଆ ମୁହଁ। 24ବର୍ଷ ଧରି ଶାସକ ଦଳରେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଥମ ଥର ଲାଗି ବିରୋଧୀ ବିଧାୟକ ଭାବେ ଆସିଥିଲେ ଗୃହକୁ।
ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ। ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ। କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ। ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ। ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’। ଏପରି ଗୃହରେ ଦେଖିବାକୁ ମିଳିଥିଲା ଅନେକ ରୋଚକ ଦୃଶ୍ୟ ।