Today is world yoga day

0
Oplus_131072

ଆଜି ବିଶ୍ୱ ପାଳୁଛି ଯୋଗ ଦିବସ 

 

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ ।ଯୋଗ , ଭାରତର ଏକ ପ୍ରାଚୀନ ସଂସ୍କୃତି । ଏହା ମନ , ଶରୀର ଓ ଆତ୍ମାର ମିଳନ କରିଥାଏ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ ଦେଶର ନେତୃତ୍ୱରେ ପୁରା ବିଶ୍ୱ ପାଳନ କରୁଛି ଯୋଗ ଦିବସ ।୨୦୧୫ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଜୁନ୍ ୨୧ ତାରଖକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

ଜୁନ୍ ୨୧ ଦିନଟିର ରହିଛି ଏକ ବିଶେଷ ମହତ୍ତ୍ୱ । କାରଣ ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଦିନ । ଜ୍ୟେତିଷ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ଉଚିତ ସମୟ ଓ ଦିନ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି । ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି । ଯୋଗ ଶରୀରରୁ ରୋଗ ମୁକ୍ତ କରିବା ସହ ମନକୁ ଶାନ୍ତ ରଖେ ଓ ଏକାଗ୍ରତା ବୃଦ୍ଧି କରିଥାଏ । ତେବେ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀର ଅଧିକାରୀ ହୋଇପାରିବ ।

LEAVE A REPLY

Please enter your comment!
Please enter your name here