World Yoga Day celebrated in Baripada: Home and Urban Development Minister attended

0
Oplus_131072

ବାରିପଦାରେ ବିଶ୍ୱ ଯୋଗ ଦିବସ ପାଳିତ : ଯୋଗଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ 

ବାରିପଦା ( ବିପ୍ଲବୀ ପରିକ୍ରମା ):- ନିୟମିତ ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ ବାର୍ତା ନେଇ ବାରିପଦା ପୋଲିସ ପଡିଆ ଠାରେ ଯୋଗ ଏବଂ ଧ୍ୟାନ କେନ୍ଦ୍ର ଓ ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଅଭ୍ୟାସରେ ସାମିଲ ହୋଇଥିଲାବେଳେ ସାଙ୍ଗରେ ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧକ୍ଷ ଭାରତୀ ହାଁସଦା, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଯୋଗ ଓ ଧ୍ୟାନର ଉପକାର, ଅଧ୍ୟାତ୍ମିକତାର ଭାବ ଧାରାକୁ ନେଇ ବସୁଧୈବ କୁଟୁମ୍ବକମ କୁନେଇ ବିଚାର ବିମର୍ଷ କରାଯାଇଥିଲା।

Oplus_131072

ଯୋଗ ଦିବସ ଅବସରରେ ଯୋଗ ଗୁରୁ ଦିଲ୍ଲୀପ କୁମାର ପଣ୍ଡା, ଜ୍ୟୋତି ରଞ୍ଜନ ଦାସ ଓ ଲେଖାଶ୍ରୀ ମହାନ୍ତି ସମସ୍ତଙ୍କୁ ଯୋଗଭ୍ୟାସ କରିଥିଲେ। ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରକାଶ କରିଥିଲେ ଜ୍ୟେତିଷ ବିଜ୍ଞାନ ଅନୁସାରେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତି ପାଇଁ ଏହା ହେଉଛି ଉଚିତ ସମୟ ଓ ଦିନ । ଶରୀର ଓ ମନ ଉପରେ ଯୋଗର ପ୍ରବଳ ପ୍ରଭାବ ରହିଛି । ମନ, ମସ୍ତିଷ୍କ ଓ ଆତ୍ମା ଉଚିତ ସନ୍ତୁଳନ ରକ୍ଷା କରିଥାଏ । ଯୋଗ ଏକ ଭିନ୍ନ ଓ ସ୍ୱତନ୍ତ୍ର ବିଜ୍ଞାନ, ଯାହା କେଉଁ ଆଦିମ କାଳରୁ ମୁନି ଋଷି ମାନେ ସାଧନ କରିଆସୁଛନ୍ତି । ଯୋଗର ୫୦୦୦ ବର୍ଷ ପୁରୁଣା ଇତିହାସ ରହିଛି । ଯୋଗ ଶରୀରରୁ ରୋଗ ମୁକ୍ତ କରିବା ସହ ମନକୁ ଶାନ୍ତ ରଖେ ଓ ଏକାଗ୍ରତା ବୃଦ୍ଧି କରିଥାଏ । ତେବେ ନିୟମିତ ଯୋଗ ଦ୍ୱାରା ହିଁ ଜଣେ ମନୁଷ୍ୟ ଏକ ସୁସ୍ଥ ଶରୀରର ଅଧିକାରୀ ହୋଇପାରିବ ।

 

 

LEAVE A REPLY

Please enter your comment!
Please enter your name here