ଭିଜିଲାନ୍ସ ଜାଲରେ ଖଣ୍ଡହତା ଆର.ଆଇ ଏବଂ ଏ.ଆର.ଆଇ
ସୁବର୍ଣ୍ଣପୁର ( ବିପ୍ଲବୀ ପରିକ୍ରମା ):- ଭିଜିଲାନ୍ସ ଜାଲରେ ଖଣ୍ଡହତା ଆର. ଆଇ ରାଜେନ୍ଦ୍ର ମିଶ୍ର, ଏବଂ ଏ ଆର ଆଇ ପଞ୍ଚାନନ ଡାଙ୍ଗ । ୫ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ବିଭାଗ lସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ରାଜସ୍ବ ଅଧିକାରୀ ରାଜେନ୍ଦ୍ର ମିଶ୍ର ଙ୍କ ନିର୍ଦେଶ କ୍ରମେ ସହକାରୀ ରାଜସ୍ବ ଅଧିକାରୀ ପଞ୍ଚାନନ ଡାଙ୍ଗ ଅଭିଯୋଗ କାରି ଙ୍କ ଠାରୁ ଆର ଓ ଆର ସଂଶୋଧନ କରିବା ପାଇଁ ଆର ଆଇ ଅଫିସ ଠାରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ । ସମ୍ବଲପୁର ଭିଜିଲାନ୍ସ ଏସ ପି ଙ୍କ ନିର୍ଦେଶ କ୍ରମେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଅଧିକାରୀ ଆର ଆଇ ମିଶ୍ର ଏବଂ ଏ ଆର ଆଇ ଡାଙ୍ଗ ଙ୍କୁ ମାଡ଼ିବସିଲେ । ଉଭୟ ଅଧିକାରୀ ଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଅଫିସ ରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ଡ଼ିଏସପି ରିତାଞ୍ଜଳୀ ପଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ ସମୟରେ ବଲାଙ୍ଗୀର ଡି ଏସ ପି ପଳସ୍ତି ଛାତ୍ରିଆ, ଏ ଏସ ଆଇ ନନ୍ଦ କିଶୋର ବଗର୍ତ୍ତୀ, ଝସକେତନ ବାରିକ ପ୍ରମୁଖ ସାମିଲ ଥିଲେ ।