Gajanana besa of lord jagannath at Srikhetra puri

0
Oplus_131072

ଶ୍ରୀଜିଉ ଙ୍କ ଗଜାନନ ବେଶ 

ପୁରୀ ( ବିପ୍ଲବୀ ପରିକ୍ରମା ):- ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଆଜି ବିରାଜିଥିଲେ ଶ୍ରୀଜିଉ । ୧୦୮ ଗରା ସୁବାସିିତ ଜଳରେ ସ୍ନାନ କଲାପରେ ଶ୍ରୀଜିଉଙ୍କ ଗଜବେଶ ଦେଖି ଭାବ ବିହ୍ୱଳ ହେଲେ ସମଗ୍ର ଭକ୍ତ ସମାଜ l ବଡ଼ ଠାକୁରଙ୍କ ଭବ୍ୟ ବେଶ ଦେଖିବାକୁ ଆଜି ଦେଶ ବିଦେଶରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଭଗବାନଙ୍କ ଅପରୂପ ବେଶ ଦେଖି ମନ୍ତ୍ର ମୁଗ୍ଧ ହୋଇ ଯାଇଛନ୍ତିଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ପହଁଚିଥିଲେ ସ୍ନାନ ମଣ୍ଡପରେ । ବିଧି ଅନୁଯାୟୀ ଆରମ୍ଭ ହୋଇଥିଲା ଛେରାପହରାଁ ।

 

ଛେରାପହଁରା ପରେ ଶ୍ରୀଜୀଉମାନେ ଧାରଣ କରିଥିଲେ ଗଜାନନ ବେଶ ବା ହାତୀ ବେଶ । ସ୍ନାନ ମଣ୍ଡପରେ ଜଳ ଲାଗି ସରିବା ପରେ ଚାରି ଠାକୁରଙ୍କ ହାତୀବେଶ କରାଯାଇଥିଲା । ଏହି ବେଶକୁ ଦେଖିବାକୁ ପାଇଁ ଘଂଟା ଘଂଟା ଧରି ଚାହିଁ ବସିଥିଲେ ଶ୍ରଦ୍ଧାଳୁ । ଏହି ମନୋରମ ଦୃଶ୍ୟକୁ ବଡଦାଣ୍ଡରେ ଥିବା ଭାବବିହ୍ୱଳ ହୋଇ ଦର୍ଶନ କରିଥିଲେ ଅଗଣିତ ଭକ୍ତ ।

 

ସ୍ନାନଯାତ୍ରା ପରେ ଆଉ ରତ୍ନବେଦୀକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିନ୍ତି ମହାପ୍ରଭୁ । ଏଥର ୧୩ ଦିନ ଧରି ଚାଲିବ ଅଣସର ନୀତି । ଭକ୍ତଙ୍କୁ ଦେଖା ଦେବା ପାଇଁ ନିଜେ ବାହାରକୁ ଆସିବେ ଭଗବାନ । ଅଗଣିତ ଭକ୍ତ । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନରୁ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପର୍ବ ।

LEAVE A REPLY

Please enter your comment!
Please enter your name here