Mahendra & Rajkumar returned to his home after 6 long years

0
Oplus_131072

ଦୀର୍ଘ ୬ ବର୍ଷ ପରେ ନିଜ ଘରକୁ ଫେରିଲେ ମହେନ୍ଦ୍ର ଓ଼ ରାଜକୁମାର

 

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ):- ୬ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଶିମିଳିପାଳ ଅଭୟରଣ୍ୟରୁ ସାତକୋଶିଆ ବନାଞ୍ଚଳକୁ ଯାଉଥିବା କୁମକି ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ଶେଷରେ ସେମାନଙ୍କ ମୂଳ ସ୍ଥାନକୁ ଫେରାଇ ଅଣାଯାଉଛି | ଦୁଇଟି ହାଇୱା ଯୋଗେ ଏହି ଦୁଇଟି ହାତୀ ଶିମିଳିପାଳରେ ପହଞ୍ଚିଛନ୍ତି | ତେବେ ଶିମିଳିପାଳରେ କିଛିଦିନ ନିରୀକ୍ଷଣରେ ରହିବା ପରେ ଦୁଇଟିକୁ ପୂର୍ବଭଳି ଜଙ୍ଗଲ ସୁରକ୍ଷା ପାଇଁ ପେଟ୍ରୋଲିଂରେ ନିଯୋଜିତ କରାଯିବ ବୋଲି କହିଛନ୍ତି ଶିମିଳିପାଳ କାର୍ତ୍ୟୁପକ୍ଷ |

ସୂଚନା ଯୋଗ୍ୟ ଯେ ଅନୁଗୁଳ ବନର ସତକଶିଆ ଚଞ୍ଚଳରେ ବାଘବଂଶ ବୃଦ୍ଧି ପାଇଁ ୨୦୧୮ ମାସିଆ ଜୁନ ୨୮ ତାରିଖରେ ମଧ୍ୟପ୍ରଦେଶ ର ବାନ୍ଧବଗଡ଼ ଅଭୟରଣ୍ୟରୁ ଆସିଥିଲା ବାଘୁଣୀ ସୁନ୍ଦରୀ ତେତେ ସୁନ୍ଦରୀ ପଞ୍ଚିବା କ୍ଷଣି ଜଙ୍ଗଲର ଆଖପାଖ ଅଞ୍ଚଳରେ ଗୃହ ପାଳିତ ପଶୁପକ୍ଷୀରଙ୍କ ଓ ଲୋକଙ୍କୁ ଆକ୍ରମଣ କରି ରକ୍ତମୁଖ ହୋଇପଡ଼ି ଥିଲା |

ଏହାକୁ ନେଇ ଉତେଜନା ପ୍ରକାଶ ପାଇବା ପରେ ବନ ବିଭାଗର ନିଷ୍ପତିକୁ ବିରୋଧ କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ ବାଘକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ରଖି ଜଙ୍ଗଲ ଚାରିପାଖରେ ପାଟ୍ରୋଲିଂ ପାଇଁ ପ୍ରଶିକ୍ଷଣ ପ୍ରାପ୍ତ କୁମକି ହାତୀ ମହେନ୍ଦ୍ର ଓ଼ ରାଜକୁମାର କୁ ସତକାଶିଆ ଅଭୟାରଣ୍ୟକୁ ନେବା ଲାଗି ନିଶ୍ଚିତ ହୋଇଥିଲା। ମହେନ୍ଦ୍ର ଓ ରାଜକୁମାର ସ୍ଥାନାନ୍ତରକୁ ସ୍ଥାନୀୟ ପରିବେଶବିତ ଓ ମୟୁରଭଞ୍ଜର ବିଭିନ୍ନ ସଂଗଠନ ବିରୋଧ କରିଥିଲେ। ବ୍ୟାପକ ଆଲଚନା ପରେ ଶେଷରେ ୨୦୧୯ ମସିହା ଜାନୁଆରୀ ୨୯ ତାରିଖ ଉଭୟଙ୍କୁ ଙ୍କୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା |

ଦୀର୍ଘ ୬ବର୍ଷ ଧରି ଏହି ହାତୀ ଦୁଇଟି ସେଠାରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ଥିଲେ। ତେବେ ଉଭୟଙ୍କୁ ଶିମିଳିପାଳକୁ ଫେରାଇ ଆଣିବା ପାଇଁ ଜିଲ୍ଲାବାସୀ ଦାବୀ କାରି ଆସୁଥିଲେ। ଶେଷରେ ୧୫ ଦିନ ତଳ ମହେନ୍ଦ୍ର ଓ ରାଜକୁମାରକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା |ହାତୀ ଦୁଇଟିକୁ ସୁରକ୍ଷିତ ଭାରେ ଆଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଉପନିର୍ଦ୍ଦେଶକ ସଦାନନ୍ଦ ଗୌଡ଼ି, ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଉପନିର୍ଦେଶକ ଡିଏନ ସାଇକିରଣ ଓ଼ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାରଙ୍କ ତ୍ୱତ୍ତାଧାନରେ ଆଜି ହାତୀ ଦୁଇଟି ହାଇଓ୍ବାରେ କରଞ୍ଜିଆ ପହଞ୍ଚିବା ପରେ ମହାବୀର ଛକ ନିକଟରେ ୧୨.୩୦ ସମୟରେ ଦମକଳ ଗାଡି ଆସି ଉଭୟ ହାତୀଙ୍କୁ ପାଣି ମାରି ଗାଧୋଇଥିଲେ । ହାତୀଙ୍କୁ ଦେଖୁବାପାଇଁ ପ୍ରବଳ ଜନସମାଗମ ହୋଇଥିଲା |

 

 

LEAVE A REPLY

Please enter your comment!
Please enter your name here