Breaking news
ବିଷ୍ପୋରଣ କରି ପୁଣି ଆତଙ୍କ ଖେଳାଇଲା ମାଓ ସଙ୍ଘଠନ
ମାଲକାନଗିରି ( ବିପ୍ଲବୀ ପରିକ୍ରମା ):-ବିଷ୍ପୋରଣକରି ପୁଣି ଆତଙ୍କ ଖେଳାଇଲା ମାଓ ସଙ୍ଘଠନ। ଖବର ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାର ଜାଗୋରକୋଣ୍ଡା ଥାନା ଅନ୍ତର୍ଗତ ସିଲଗେର ଅଞ୍ଚଳରେ ଥିବା ୨୦୧ କୋବ୍ରା ବାହୀନି ର ଜବାନ ମାନେ ଆର.ଓ.ପି ଡ୍ୟୁଟି ରେ ଟେକଲଗୁଡା କୁ ଯାଉଥିବା ସମୟରେ ମାଓବାଦୀ ମାନେ ପୁର୍ବରୁ ମାଟି ତଳେ ଖଞ୍ଜିଥିବା ବେଳେ ଏହାବିଷ୍ପୋରଣହୋଇଛି l
ଯେଉଁଥିରେ ଟ୍ରକ ର ଡ୍ରାଇଭର ସମେତ ଅନ୍ୟ ଜଣେ ଯବାନ ଘଟଣା ସ୍ଥଳରେ ଶହୀଦ ହୋଇଥିବା ବେଳେ ମୋଟର ସାଇକେଲ ରେ ଯାଉଥିବା କାରଣରୁ ଅନ୍ୟ ଯବାନ ମାନେ ନିଜକୁ ସୁରକ୍ଷିତ ରଖି ପାରିଥିବା ଜଣାପଡ଼ିଛି ତେବେ ଶହୀଦ ହୋଇଥିବା ଦୁଇ ଜଣଙ୍କ ନାମ ବିଷ୍ଣୁ ଏବଂ ଶୈଳେନ୍ଦ୍ର ବୋଲି ଜଣାପଡ଼ିଥିବା ବେଳେ ଘଟଣା ସ୍ଥଳକୁ ଡିଆରଜି ର ଯବାନଙ୍କୁ ପଠା ଯାଇଥିବା ନେଇ ସୂଚନା ଦେଇଛନ୍ତି ସୁକମା ଏ.ଏସ.ପି. l