For safe movement of vehicles and parking in Cuttack, some roads have been declared as NO PARKING ZONE

0

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

 

କଟକ ( ବିପ୍ଲବୀ ପରିକ୍ରମା ):- କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ ଅନୁଯାୟୀ ଏହା ଘୋଷଣା କରାଯାଇଛି । ଏହି ନିର୍ଦ୍ଦେଶନାମାକୁ ଖିଲାପ କଲେ ଖିଲାପକାରୀଙ୍କୁ ମୋଟର ଯାନ ଆଇନ ୨୦୧୯ ଧାରା ୧୭୭ ଅନୁସାରେ ପାଞ୍ଚ ଶହ ଟଙ୍କା ଜୋରିମାନା ଏବଂ ଧାରା ୧୨୭ ଅନୁସାରେ କ୍ରେନ୍ ବ୍ୟବହାର ହେଲେ ସେ ବାବଦୀୟ ଖର୍ଚ୍ଚ ଗାଡ଼ି ମାଲିକଙ୍କୁ ଦେବାକୁ ପଡ଼ିବ ।

 

ଆସନ୍ତୁ ଜାଣିବା କେଉଁ ଛକରୁ କେଉଁ ଛକ ନୋ ପାର୍କିଂ ଜୋନ୍:

 

-ମଧୁପାଟଣା ଛକରୁ ବାଦାମବାଡ଼ି ଛକ ରାସ୍ତାର ଉଭୟ ପାର୍ଶ୍ଵ

-ଓଏମପି ଛକରୁ ସିଆରଆରଆଇ ଥାନା ରାସ୍ତାର ଉଭୟ ପାର୍ଶ୍ଵ

-ଓଏମପି ଛକରୁ କାଳିଆବୋଦା ଛକ

-କାଳିଆବୋଦା ଛକରୁ ଓଏମପି ଛକର ଉଭୟ ପାର୍ଶ୍ଵରେ ଥିବା ସର୍ଭିସ ରୋଡ୍

-ମଣିମନ୍ଦିର ଛକରୁ ବେଲଭିୟୁ ଛକ, ଜୁଡ଼ିସିଆଲ୍ ଏକାଡେମୀ ଛକ ଏବଂ ବେଲଭିୟୁ ଛକ

-ଜୁଡ଼ିସିଆଲ୍ ଏକାଡେମୀ ଛକରୁ ଚହଟା ଛକ ରାସ୍ତାର ଉଭୟ ପାର୍ଶ୍ଵ

-ଚହଟା ଛକରୁ ଯୋବ୍ରା ଆନିକଟ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ

-ଯୋବ୍ରା ଆନିକଟ ଛକରୁ କାଳିଆବୋଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ

-ଓଏମପି ଛକରୁ ହାୱଡ଼ା ମୋଟର ଛକ ରାସ୍ତାର ଉଭୟ ପାର୍ଶ୍ଵ

-ରାଣୀହାଟ ଛକରୁ ଖାନନଗର ଛକ ରାସ୍ତାର ଉଭୟ ପାର୍ଶ୍ଵ

-ମାତାମଠ ଛକରୁ ଚାନ୍ଦିନୀ ଚୌକ ଛକ

-ବଜାର ଛକ, ବାଲୁବଜାର ଛକ, ହାଇକୋର୍ଟ ଛକ ରାସ୍ତାର ଉଭୟ ପାର୍ଶ୍ଵ

-ହାଇକୋର୍ଟ ଛକରୁ ଡିପିଓ, ଗଡ଼ା ରାସ୍ତାର ଉଭୟ ପାର୍ଶ୍ଵ

-ଗଡ଼ଗଡ଼ିଆ ମନ୍ଦିର ଛକରୁ ଚଣ୍ଡୀ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ

-ସତୀଚୌରା ଛକରୁ ବିଜୁ ପଟ୍ଟନାୟକ ଛକ ରାସ୍ତାର ଉଭୟ ପାର୍ଶ୍ଵ

-ପିଏଚଡ଼ି ଅଫିସ ଛକରୁ ବିଜୁ ପଟ୍ଟନାୟକ ଛକ ରାସ୍ତାର ଉଭୟ ପାର୍ଶ୍ଵ

-ଦୋଳମୁଣ୍ଡାଇ ଛକରୁ ଜେଲ୍ ରୋଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ

-ନୂଆ ଏସସିବି ଛକରୁ ବ୍ଲକ୍ ଟାୱାର ଛକ ରାସ୍ତାର ଉଭୟ ପାର୍ଶ୍ଵ

-ବ୍ଲକ ଟାୱାର ଛକରୁ ମାତୃ ଭବନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵ

-ଜଗତପୁର ଗୋଲେଇ ଛକରୁ ଖଇରା ବ୍ରିଜ୍ ଉଭୟ ପାର୍ଶ୍ଵ ରାସ୍ତା

-ଜଗତପୁର ଗୋଲେଇ ଛକରୁ ବିରୂପା ବ୍ରିକ୍ ସର୍ଭିସ୍ ରୋଡ଼ ଉଭୟ ପାର୍ଶ୍ଵ ରାସ୍ତା

LEAVE A REPLY

Please enter your comment!
Please enter your name here