କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ ?

0

 (ବିପ୍ଲବୀ ପରିକ୍ରମା ବ୍ୟୁରୋ );କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ? ଓଡ଼ିଆ ନା ଅଣଓଡ଼ିଆ ? କିଏ ନେବ ପାଣ୍ଡିଆନଙ୍କ ଜାଗା ? ପାଣ୍ଡିଆନଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କିଏ ହେଉଛନ୍ତି। ପାୱାର କରିଡରରେ ଏବେ ଏମିତି ଅନେକ ଚର୍ଚ୍ଚା ହେଉଛି । ବେଶ କିଛି ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ରହି ଆସୁଥିଲେ ଭି.କେ.ପାଣ୍ଡିଆନ । ସରକାରୀ କାର୍ଯ୍ୟକ୍ରମରେ, ସମୀକ୍ଷା ବୈଠକରେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହି ଟିକନିକ ବୁଝୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗସ୍ତ କରି ଅଭିଯୋଗ ଗ୍ରହଣ କରିଥିଲେ । କିନ୍ତୁ ଏବେ ସେ ଚାକିରିରୁ ଅବସର ନେଇଛନ୍ତି ଓ ନୂଆ ନିଯୁକ୍ତି ପାଇଛନ୍ତି । ହେଲେ, ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ କିଏ ହେବେ? କଣ ରହିବ ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ? ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଶାସନ ସଚିବ ପଦବୀଟି ଗଲା ୫ ବର୍ଷ ହେଲା ଖାଲି ପଡ଼ିଛି । ୧୯୮୭ ବ୍ୟାଚ୍‍ର ଆଇଏଏସ୍‍ ଅଧିକାରୀ ରାଜେଶ କୁମାର ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏ ପଦବୀରେ କେହି ଅଧିକାରୀ ନିଯୁକ୍ତ ହୋଇ ନାହାନ୍ତି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଭିକେ ପାଣ୍ଡିଆନ୍‍ଙ୍କ ଯୋଗଦାନ ପରେ ତାଙ୍କର ଆବଶ୍ୟକତାକୁ କେହି ଅନୁଭବ କରି ନାହାନ୍ତି । କିନ୍ତୁ ଏବେ ପାଣ୍ଡିଆନ୍‍ଙ୍କ ସରକାରୀ ଚାକିରିରୁ ଇସ୍ତଫା ଏବଂ କ୍ୟାବିନେଟ୍‍ ପାହ୍ୟା ଅଧିକାରୀ ଭାବେ ଯୋଗଦାନ ପରେ ଏ ସରକାରୀ ପଦବୀର ଦାୟିତ୍ୱ କିଏ ତୁଲାଇବେ ତାହାକୁ ନେଇ ସଚିବ କରିଡରରେ ଚର୍ଚ୍ଚା ଧରିଛି । ଶେଷଥର ପାଇଁ ଜାନୁୟାରୀ ୨୦୧୭ ମସିହାରେ ରାଜେଶ ବର୍ମା ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀ ତୁଲାଇବା ପାଇଁ ଯୋଗ ଦେଇଥିଲେ । ୨୦୧୮ଜୁଲାଇ ମାସରେ ସେ କନ୍ଦ୍ରୀୟ ଡେପୁଟେସନ୍‍ ଯିବା ପରେ ସେ ପଦବୀ ଗରିମା ହରାଇଲା । ଏପରିକି ଆଉ କେହି ଏ ପଦବୀର ଆବଶ୍ୟକତା ଅନୁଭବ କରିଲେ ନାହିଁ । ୫-ଟି ସଚିବ କ୍ରମଶଃ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରମୁଖ ଭାବେ କାର୍ଯ୍ୟ କରିଲେ । ରାଜ୍ୟ ଶଶସନର ସେ ବି ଜଣେ ପ୍ରମୁଖ ଅଙ୍ଗ ଭାବେ ପରିଚିତ ହେଲା । କିନ୍ତୁ ଦଶହରା ପରେ ରାଜ୍ୟ ଶାସନରେ ପରିବର୍ତ୍ତନ ଆସିଛି। ତାଙ୍କ ପରିଚୟର ରୂପାନ୍ତରଣ ହୋଇଛି। ସେ ଏବେ ରାଜ୍ୟର କ୍ୟାବିନେଟ୍‍ ପାହ୍ୟାରେ ଅବସ୍ଥାପିତ। ଏଣୁ ଏକ ସଙ୍ଗେ ସରକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ପଦବୀ ଖାଲିପଡ଼ିଗଲା। ଅପରପକ୍ଷେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱସବୁକୁ ତୁଲାଇବା ଲାଗି ଜଣେ ଅଧିକୃତ ଅଧିକାରୀଙ୍କ ଆବଶ୍ୟକତା ରହିଛି। ଏଣୁ ସେ ଅଧିକାରୀ ହେବେ କିଏ ସେ ନେଇ ଚର୍ଚ୍ଚା ହେବାଟା ସ୍ୱଭାବିକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିକଟତର ବରିଷ୍ଠ ଅଧିକାରୀଙ୍କୁ ଖୋଜିଲେ ୧୯୯୪ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଜି ମାଥିବାଥନନ୍‍ଙ୍କ ନାଁ ସାମ୍ନାକୁ ଆସେ। ସେ ଗଲା ୧୩ ବର୍ଷ ୧୦ ମାସ ହେଲା ନଗର ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏବେ ମୁଖ୍ୟନ୍ତ୍ରୀଙ୍କ ୫-ଟି ଉପକ୍ରମରେ ସେ ଜଣେ ପ୍ରମୁଖ ଅଧିକାରୀ ଭାବେ ପରିଚିତ। ବରିଷ୍ଠତା ଓ ‘କୋଟେରୀ’ ଅଧିକାରୀ ଭାବେ ଏହି ପଦବୀ ଲାଗି ତାଙ୍କ ନାଁ ଚର୍ଚ୍ଚାକୁ ଆସିବା ସ୍ୱଭାବିକ। କିନ୍ତୁ କନିଷ୍ଠ ଅଧିକାରୀ ଭାବେ ଚର୍ଚ୍ଚାରେ ରହିଛନ୍ତି ୨୦୦୫ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଭିନିଲ୍‍ କ୍ରିଷ୍ଣା। ଏବେ ସେ କ୍ରୀଡ଼ା ରୂପାନ୍ତରଣର ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ। ଏଣୁ ସେ ପାଣ୍ଡିଆନ୍‍ଙ୍କ ଜାଗା ନେଇ ଉଭୟ ଦାୟିତ୍ୱକୁ ତୁଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପାଣ୍ଡିଆନଙ୍କ ଖାସ୍‍ ଅଧିକାର ହୋଇଥିବାରୁ ତାଙ୍କ ନାଁରେ ଏହି ଚର୍ଚ୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here