ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ଟି-୨୦ ବିଶ୍ୱକପ ଫାଇନାଲ ଲଢେଇ । ଟାଇଟଲ ପାଇଁ ପଡିଆରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ । ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମ ଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି । ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।ହେଲେ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଉପରେ ବର୍ଷାର ବିପଦ ରହିଛି ।
ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବାର୍ବାଡୋସରେ ହେବାକୁ ଥିବା ଏହି ମ୍ୟାଚକୁ ବର୍ଷା ଧୋଇଦେବା ଆଶଙ୍କା ରହିଛି । ପୂର୍ବରୁ ମଧ୍ୟ ୱାର୍ଲଡ କପର ବହୁ ମ୍ୟାଚ ବର୍ଷା ବାଧିତ ହୋଇଛି । ତେଣୁ ଆଜିର ମ୍ୟାଚ ବର୍ଷା ଯୋଗୁଁ ବାଧିତ ହେଲେ ରିଜର୍ଭ ଡେକୁ ଘୁଞ୍ଚିଯିବ ମ୍ୟାଚ । ଜୁନ ୩୦ ତାରିଖରେ ରିଜର୍ଭ ଡେ ରଖାଯାଇଛି । ଯଦି ମ୍ୟାଚ ୧୦-୧୦ ଓଭର ଖେଳାନ ଯାଏ ତେବେ ରିଜର୍ଭ ଡେକୁ ସିଫ୍ଟ ହୋଇଯିବ । ଆଇସିସିର ନିୟମ ଅନୁସାରେ ଫାଇନାଲ ମ୍ୟାଚ ହୋଇନପାରିଲେ କିମ୍ବା ଟାଇ ସ୍ଥିତି ହେଲେ ସୁପର ଓଭର ଖେଳାଯାଇଥାଏ ।
ଯଦି ରିଜର୍ଭ ଡେରେ ମଧ୍ୟ ଫଳାଫଳ ବାହାରିନପାରିଲେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ ବୋଲି ସୂଚନା ରହିଛି । ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । ସାମନାରେ ପ୍ରୋଟିଜା ଦୀର୍ଘ ଗୋଟିଏ ଦଶନ୍ଧୀ ପରେ ଟାଇଟଲ ହାତେଇବାର ଗୋଲଡେନ ଚାନସ ରୋହିତଙ୍କ ପାଖରେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ ସୁଯୋଗ । ମୁକାବିଲା ଦକ୍ଷିଣ ଆଫ୍ରିକା ବୋଲିଂ ବନାମ ଭାରତୀୟ ବ୍ୟାଟିଂ ।