Arabind Kejriwal went to judicial custody for 14 days

0
Oplus_131072

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅରବିନ୍ଦ କେଜ୍ରିୱାଲ

 

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟକା । ଆଜି(ଶନିବାର) କେଜ୍ରିୱାଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ ରାଉଜ ଆଭେନ୍ୟୁ କୋର୍ଟ । ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା କେଜ୍ରିୱାଲଙ୍କୁ ଗତ ୨୬ ଜୁନରେ ତିହାର ଜେଲରେ ଗିରଫ କରିଥିଲା ସିବିଆଇ । ୩ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

 

ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାମଲାରୁ ତଦନ୍ତ କରୁଛି ସିବିଆଇ । ଆଜି କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଅନୁରୋଧ କରିଥିଲା ସିବିଆଇ । ଜଷ୍ଟିସ ସୁନୈନା ଶର୍ମା ସିବିଆଇର ଅନୁରୋଧ ରକ୍ଷା କରି ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତଙ୍କୁ ପଠାଇଛନ୍ତି ।

 

ଏନେଇ ଆଇନଜୀବୀ ଋଷିକେଷ କୁମାର କହିଛନ୍ତି, ‘୧୨ ଜୁଲାଇରେ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ । ଆମେ କୋର୍ଟକୁ ଡାଇବେଟିସ ଔଷଧ, ଟେଷ୍ଟିଂ କିଟ ଓ ଘର ପ୍ରସ୍ତୁତ ଖାଦ୍ୟ ଦେବାକୁ ଅନୁରୋଧ କରିଥିଲୁ । କୋର୍ଟ ଆମ ଦାବି ସ୍ବୀକାର କରିଛନ୍ତି ।’

LEAVE A REPLY

Please enter your comment!
Please enter your name here