11 people from 3 families are sick after eating poisonous spices

0
Oplus_131072

ବିଷାକ୍ତ ଛତୁ ଖାଇ, ୩ ଟି ପରିବାର ର ୧୧ ଅସୁସ୍ଥ

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ବିଷାକ୍ତ ଛତୁ ଖାଇ, ୩ ଟି ପରିବାର ର ୧୧ ଅସୁସ୍ଥ । ସେମାନଙ୍କ ମଧ୍ୟରୁ ୪ ଜଣକ ଅବସ୍ଥା ଗୁରୁତର ରହିଛି । ତେବେ ସମସ୍ତ ଅସୁସ୍ଥ ଗଂଜାମ ଜିଲ୍ଲା ଭଂଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ, ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡିଛି ।

Oplus_131072

ସମସ୍ତ ଅସୁସ୍ଥ, କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ୍ ଅନ୍ତର୍ଗତ ପାର୍ତ୍ତିଗରା ଗାଁ ର । ରବିବାର ସଂଧ୍ୟାରେ ସମସ୍ତେ ଛତୁ ଖାଇବା ପରେ , ବାନ୍ତି ହେବାସହ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ , ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅସୁସ୍ଥ ଙ୍କ ମଧ୍ୟ ୪ ଜଣ ଛୋଟ ଛୁଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here