ଦିନିକିଆ ବର୍ଷାରେ ବେହାଲ ମାଲକାନଗିରି
ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ଦିନିକିଆ ବର୍ଷାରେ ବେହାଲ ମାଲକାନଗିରି । ବର୍ଷା ଯୋଗୁଁ ମାଲକାନଗିରି ସହରରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ଫଳରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ବେଳେ ଲୋକଙ୍କ ଘର ଦ୍ବାରରେ ବର୍ଷା ଜଳ ପଶି ଭାଙ୍ଗିଛି ଲୋକଙ୍କ ଘର ଦ୍ୱାର । ତେବେ କୁତ୍ରିମ ବନ୍ୟା ସୃଷ୍ଟି ହେବା ପରେ ଲୋକଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ନଥିବାର ଅଭିଯୋଗ ହୋଇଥିବା ବେଳେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ମାଲକାନଗିରି ବିଧାୟକ ।
ଦିନିକିଆ ବର୍ଷାରେ ବେହାଲ ହେଲା ମାଲକାନଗିରି । ହେଲେ ଏବେ ବର୍ଷା କମିଛି କିନ୍ତୁ ବିପନ୍ନଙ୍କ ଲାଗି ଦୁଖଃ ଓ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ମାଲକାନଗିରି ସହରରେ ଥିବା ସାତ ନମ୍ବର ୱାର୍ଡର । ଏହି ଅଞ୍ଚଳରେ ଥିବା ବାଲିସାଗର ପୋଖରୀର ଉନ୍ନତିକରଣ କରାଯାଉଥିବା ବେଳେ ଏହା ପାର୍ଶ୍ବରେ ଥିବା ଘରଗୁଡିକ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । କାରଣ ପୋଖରୀ ବନ୍ଧ ନିର୍ମାଣ କରାଯାଉଥିବା ବେଳେ ଏଠାରେ ହୁଡାଗୁଡିକ ବହୁ ଉଚ୍ଚା କରାଯାଇଚି । ଯାହା ଫଳରେ ପାର୍ଶ୍ବରେ ଥିବା ଘରଗୁଡିକ ପ୍ରାୟ ୨୦ ଫୁଟ ତଳେ ରହିଛି । ତେବେ ପୁର୍ବରୁ ବର୍ଷା ଜଳ ପୋଖରୀକୁ ଯାଉଥିବା ସମୟରେ ବର୍ତ୍ତମାନ ନବ ନିର୍ମିତ ପୋଖରୀ ହୁଡା କାରଣରୁ ବର୍ଷା ଜଳ ନିଷ୍କାସନ ନ ହୋଇ ପାରି ସାତ ନମ୍ବର ୱାର୍ଡର ପ୍ରାୟ 20ଟି ଲୋକଙ୍କ ଘରେ ବର୍ଷା ଜଳ ପସିଛି ଯାହା ଫଳରେ ଲୋକଙ୍କ ଘର ଦ୍ୱାର ଭାଙ୍ଗିବା ସହ ଘରର ଅନେକ ଆସବାବପତ୍ର ନଷ୍ଟ ହୋଇଛି । ଏପରିକି କଛି ଝାଟିମାଟି ଘରର କାନ୍ଥ ଭୁଶୁଡି ପଡିଛି । ଯାହା ପରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ଥାନୀୟବାସୀ । ଏନେଇ ପୂର୍ବରୁ ମାଲକାନଗିରି ପୌର ପରିଷଦ ଠାରୁ ଆରମ୍ଭ କରି ତହସିଲଦାର ଓ ଜିଲ୍ଲାପାଳଙ୍କ ସହ ଲୋକେ ଅନେକ ଥର ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।
କୁତ୍ରିମ ବନ୍ୟା ଲୋକଙ୍କ ଦୁଃଖ ବଢ଼ାଇଥିବା ବେଳେ ଲୋକେ ରାତି ତମାମ ଆଖିଆ ଅପିଆ ହୋଇ ନିଜର ପିଲା ଝିଲ୍ଲାଙ୍କୁ ନେଇ ମୁଣ୍ଡରେ ହାତ ଦେଇ ବସିଥିବାର ଖବର ପାଇ ସାତ ନମ୍ବର ୱାର୍ଡ ବାସୀଙ୍କ ପାଖରେ ପହଞ୍ଚି ଥିଲେ ମାଲକାନଗିରି ର ନବ ନିର୍ବାଚିତ ବିଧାୟକ ନରସିଂହ ମାଡକାମୀ । ବର୍ଷା ଜଳ ପଶିଥିବା ଘରକୁ ଘର ବୁଲି ଲୋକଙ୍କ ସହ ସିଧା ସଳଖ କଥା ହୋଇ ଥିଲେ ମାଲକାନଗିରି ର ବିଧାୟକ । ତେବେ ଲୋକଙ୍କ ଦୁଃଖ ଶୁଣିବା ପରେ ଯୁଦ୍ଧ କାଳିନ ଭିତ୍ତିରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଏହାର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମାଲକାନଗିରି ର ବିଧାୟକ ।
ଦିନିକିଆ ବର୍ଷାରେ ମଣିଷକୃତ ବନ୍ୟା ମାଲକାନଗିରି ସହରରେ ସୃଷ୍ଟି ହୋଇଥିବା ବେଳେ ଥାଉଁଣୁ ଜିଲ୍ଲା ପ୍ରଶାସନ ଯୁଦ୍ଧ କାଳିନ ଭିତ୍ତିରେ ଏହାର ସମୀକ୍ଷା କରି ଉଚିତ ପଦକ୍ଷେପ ନ ନେଲେ ଆଗକୁ ସ୍ଥିତି ଗମ୍ଭିର ଯେ ନ ହେବ ଏହା କିଏ କହି ପାରିବ l