ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁ ଶୁଣିଲେ ବାବୁ ମାନେ ଭୟଭୀତ ହେଉଛନ୍ତି
ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ବାବୁ ମାନେ ରାଜକରି ଆସୁଥିଲେ। ଏଥର ବିଧାନସଭା ନିର୍ବାଚନ ରେ ଭାଜପା ପ୍ରାର୍ଥୀ ସରୋଜ ପାଢ଼ୀ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ବିଭାଗ ର ବାବୁ ମାନଙ୍କୁ ଆସିକା ବ୍ଲକ କାର୍ଯ୍ୟାଳୟ ଠାରେ ଡ଼ାକି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଟିକିନିକି ସମୀକ୍ଷା କରିଥିଲେ ସରୋଜ ପାଢ଼ୀ। ଦେଶ ସ୍ଵାଧୀନ ହେବା ପରଠାରୁ ଆସିକା ରେ ଭୂବନ୍ଦବସ୍ତ ହୋଇନାହିଁ। ଭୂବନ୍ଦବସ୍ତ ନଥିବା ଯୋଗୁଁ ଘର ଜମି ବିକ୍ରି ବଟା କରିପାରୁ ନାହାନ୍ତି। ବାରମ୍ବାର ଧାରଣା କରିବା ସହ ଆନ୍ଦୋଳନ କରାଯାଇଥିଲେ ବି ବାବୁ ମାନଙ୍କ ନାଲି ଫିତା ତଳେ ସର୍ଭେ ଅଟକି ରହିଛି। ଏକ ମାସ ଭିତରେ ଆସିକା ବାସୀଙ୍କୁ ଭୂବନ୍ଦବସ୍ତର ସୁବିଧା ଯୋଗାଇ ବାକୁ ସରୋଜ ପାଢ଼ୀ ବାବୁ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।
ଏହା ସହ ଆସିକା ସହରରେ ବର୍ଷାଜଳ ନିଷ୍କାସନ ପଥରେ ଜବର ଦଖଲ କରିଥିବା ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଅଟାଳିକା ଭାଙ୍ଗି ଆସିକା ସହରରେ ହେଉଥିବା କୁତ୍ରିମ ବନ୍ୟାରୁ ରକ୍ଷା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ୟା କୁ ଦୂର କରିବା ସହ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ କରିବା କୁ ନିର୍ଦ୍ଧେଶ ଦେଇଥିଲେ। ଏହି ବୈଠକ ପରେ ସରୋଜ ପାଢ଼ୀ ଙ୍କ ଛାଇ ଦେଖିଲେ ବାବୁ ମାନଙ୍କ ମଧ୍ୟରେ ଛନକା ପସିଥିବା ନେଇ ଚର୍ଚ୍ଚା ହେଉଛି। ଦେଖାଯାଉ ବିଧାୟକ ଙ୍କ ତାଗିତ ବାବୁ ମାନେ କିପରି କାର୍ଯ୍ୟ କରୁଛନ୍ତି, ଦେଖିବାକୁ ବାକି ରହିଲା।