ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର
ପୁରୀ ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଠନ କରିବା ପରେ ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପିକୁ ବିପୁଳ ବିଜୟ ଦେଇଥିବା କର୍ମୀ ଓ ସମର୍ଥକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଜୟୀ ୭୮ ବିଧାୟକ, ୩ ସ୍ୱାଧୀନ ବିଧାୟକ, ୨୦ ସାଂସଦଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପେକ୍ଷୀରେ ବିଜେପି ସମ୍ବର୍ଦ୍ଧନା ସଭାରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଖୁବଶୀଘ୍ର ଖୋଲାଯିବ ଓ ରତ୍ନ ଅଳଙ୍କାରର ଗଣତି ମଣତି ହେବ ବୋଲି ସ୍ପଷ୍ଟ କରିଛନ୍ତି । ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ମୋହନ ମାଝୀ ।
ଏଥିସହ ସରକାରକୁ ଆସିବା ପରେ ଦୁର୍ନିତୀଖୋର ଅଫିସରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛନ୍ତି ମୋହନ ।ଏପଟେ ବିଜେପି ନିର୍ବାଚନୀ ଇସ୍ତାହାରରେ ଥିବା ଶୁଭଦ୍ରା ଯୋଜନାକୁ ସେପ୍ଟେମ୍ବର ୧୭ ତାରିଖ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଲାଗୁ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ରୂପରେଖ ଖୁବଶୀଘ୍ର ଆସିବ ବୋଲି ସୂଚନା ଦେଇଛନ୍ତି ।