The lover leaves the deadbody of the lover in the hospital and returns

0
Oplus_131072

ପ୍ରେମିକାର ଶବକୁ ହସ୍ପିଟାଲ ରେ ଛାଡ଼ି ପ୍ରେମିକ ଫେରାର 

ସୁବର୍ଣ୍ଣପୁର ( ବିପ୍ଲବୀ ପରିକ୍ରମା ):-  ପ୍ରେମ ବିବାହ ର ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପିପିଲିପାଳି ଗ୍ରାମରେ l ଗତକାଲି ରାତିରେ ପ୍ରେମିକା ଜଣକ ଘରୁ ବାହାରି ସୌଚାଳୟ କୁ ଯିବା ବେଳେ ବାରଣ୍ଡା ରେ ହଟ lତ ପଡ଼ିଯାଇ ଅଚେତ୍ ହେବାରୁ ଘର ଲୋକେ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ l ସାଙ୍ଗ ରେ ଆସିଥିବା ପ୍ରେମିକ ପ୍ରେମିକା ର ଶବ କୁ ହସ୍ପିଟାଲ ରେ ଛାଡି ଫେରାର ମାରିଛି l ସୂଚନା ଅନୁଯାୟୀ ପିପିଲିପାଳି ର ମହାଦେବ ବାଗ ଙ୍କ ପୁତ୍ର ସୁଦାମ ବାଗ 6 ବର୍ଷ ତଲେ ବରଗଡ଼ ର ସରସ୍ଵତୀ ବାଗ କୁ ପ୍ରେମ ବିବାହ କରି ବାହାରେ ରହିଆସୁଥିଲେ l ତାଙ୍କ ର 4 ବର୍ଷ ର ଏକ ପୁତ୍ର ଓ 7 ମାସର କନ୍ୟା ଥିବା ଜଣା ପଡ଼ିଛି l ପୁଅ ର ନିଜ ଗାଁ ପିପିଲିପାଳି କୁ ଉଭୟ ପ୍ରେମିକ ଓ ପ୍ରେମିକା ଆସିଥିବା ବେଳେ ଘଟିଛି ଅଘଟଣ l

ରାତିରେ ଉଭୟ ପ୍ରେମିକ ଓ ପ୍ରେମିକା ଖାଇ ସାରିବା ପରେ ପ୍ରେମିକା ଜଣକ ବାହାରକୁ ବାହାରିବା ବେଳେ ବାରଣ୍ଡା ରେ ପଡ଼ିଯାଇ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେ ତାଙ୍କର ମୃତୁ ଘଟିଥିବା ଡ଼ାକ୍ତର କହିଛନ୍ତି l ପରେ ପ୍ରେମିକ ଜଣ କ ହସ୍ପିଟାଲ ରେ ପ୍ରେମିକା ର ଶବ କୁ ଛାଡ଼ି କୁଆଡ଼େ ଚମ୍ପଟ ମାରିଥିବା ପୁଅର ବାପା କରିଛନ୍ତି l ବୃଦ୍ଧ ବାପା ମା ହସ୍ପିଟାଲ ରେ ଦୁଇ ଶିଶୁ କୁ ଯୋଗୀ ରହିଛନ୍ତି l ଘଟଣା ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ଶବ କୁ ଜବତ କରି ଶବ ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରିରଖିଚି l

 

LEAVE A REPLY

Please enter your comment!
Please enter your name here