Meetings were held in the police station premises to make people aware of the new law

0
Oplus_131072

ଲାଗୁ ହେଲା ନୂଆଁ ଆଇନ, ଲୋକଙ୍କୁ ସଚେତନତା କରାଇବା ପାଇଁ ଥାନା ପରିସରରେରେ ସଭା ଅନୁଷ୍ଠିତ

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ଆଜି ଠାରୁ ଅପରାଧୀ ମାନଙ୍କ ପାଇଁ ତିନିଟି ନୂଆ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ତିନିଟି ଆଇନ ହେଲା ଭାରତୀୟ ନ୍ୟାୟ ସଂହିତା , ଭାରଦୀୟ ନାଗରିକ ସୁରକ୍ଷା ସହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ l ତେବେ ବ୍ରିଟିଶ ଅମଳରୁ ପ୍ରଚଳିତ ଇଣ୍ଡିଆନ ପେନାଲ କୋଡ (ଆଇପିସି), କ୍ରିମିନାଲ ପ୍ରୋସିଜିୟୋର ଜୋଜ (ସିଆରପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଏହି ତିନିଟି ନୂଆ ଆଇନ କାର୍ଯ୍ୟକାରୀ ହେବ। ଗତ ବର୍ଷ ସଂସଦରେ ଏଥିଲାଗି ବିଲ୍ ଗୃହୀତ ହୋଇଥିଲା ଏବଂ ରାଷ୍ଟ୍ରପତିଙ୍କ ସ୍ବୀକୃତି ମଧ୍ୟ ମିଳିଥିଲା। ଆଜି ଠାରୁ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି |

Oplus_131072

ନୂଆ ଆଇନ ଅନୁଯାୟୀ ଯେ କୌଣସି ଘଟଣା ସମ୍ପର୍କରେ ଯେ କେହି ଦେଶର ଯେ କୌଣସି ପୋଲିସ ଥାନାରେ ଅଭିଯୋଗ ଦାଖଲ କରିପାରିବେ। ବିନା ମୂଲ୍ୟରେ ଅଭିଯୋଗ କପି ଦେବାକୁ ପୋଲିସ ବାଧ୍ୟ । ମହିଳା ଏବଂ ଶିଶୁଙ୍କ ପ୍ରତି ଅତ୍ୟାଚାର ଏବଂ ନିର୍ଯାତନା ମାମଲାକୁ ପୋଲିସ ପ୍ରାଥମିକତା ଦେଇ ଏହାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ବାଧ୍ୟ |

Oplus_131072

ତେବେ ଏହି ଆଇନ ବିଷୟରେ ଲୋକ କିପରି ସଚେତନତା ହୋଇ ପାରିବବେ ଏହାକୁ ନେଇ ଆଜି ପ୍ରାୟ ୧୦ଘଟିକା ୩୦ ମିନିଟ ସମୟରେ କରଞ୍ଜିଆ ଥାନା ଅଧିକାରୀ ନିରୋଧ କୁମାର ମଲ୍ଲିକଙ୍କ ସଭାପତିତ୍ୱ ରେ ଥାନା ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି |ଏହି ସଭାରେ କରଞ୍ଜିଆ ଓକିଲ ସଂଘର ସଭାପତି ବାଞ୍ଛାନିଧି ପୃଷ୍ଟି, ସାଧାରଣ ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ଏବଂ ସାମ୍ବାଦିକ ଙ୍କ ସମେତ ଥାନାର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ |

 

 

LEAVE A REPLY

Please enter your comment!
Please enter your name here