Countless will be the devotees coming to the rathayatra

0
Oplus_131072

ଗଣତି ହେବେ ରଥକୁ ଆସୁଥିବା ଭକ୍ତ

ପୁରୀ ( ବିପ୍ଲବୀ ପରିକ୍ରମା ):- ଚଳିତ ଥର ରଥଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତଙ୍କ ଗଣନା ହେବ। ଭକ୍ତଙ୍କ ସଂଖ୍ୟା ଗଣନା ନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ। ହୋଟେଲ, ଧର୍ମଶାଳା ଓ ଲଜିଂରେ ମଧ୍ୟ ଯାତ୍ରୀଙ୍କ ଗଣନା ହେବ। ଏଥିସହ ପ୍ରାୟ ୩ ଜଣ କର୍ମଚାରୀ ଉପସ୍ଥିତ ରହି ବସ୍, ଅଟୋ, କାର୍, ବାଇକ, ସାଇକେଲରେ ଓ ଚାଲିଚାଲି ଆସୁଥିବା ଯାତ୍ରୀଙ୍କୁ ମଧ୍ୟ ଏହି ଗଣନାରେ ସାମିଲ କରିବେ। ଟ୍ରେନ ଯୋଗେ ଆସୁଥିବା ଯାତ୍ରୀଙ୍କର ମଧ୍ୟ ସଠିକ୍ ଗଣନା କରାଯିବ ।ଏଥର ବ୍ଲାଙ୍କେଟ୍ ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର ।

ରଥଯାତ୍ରା ସୁରକ୍ଷାର ସମୀକ୍ଷା କରି ଏପରି କହିଛନ୍ତି ପୋଲିସ ଡିଜି। ଏଥର ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ। ଏଥିରେ ୪ ଜଣ ଅତିରିକ୍ତ ଡିଜି, ୬ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ ରହିବେ।ଅନ୍ୟପଟେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପୁରୀରେ ଚାଲିଛି ପ୍ରସ୍ତୁତି। ଆଜି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରସଦନରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଯୋଗଦେବେ।

LEAVE A REPLY

Please enter your comment!
Please enter your name here