Congress and Rahul Gandhi in Parliament by Modi

0
Oplus_131072

ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଧୁଲେଇ

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଧୁଲେଇ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ବେଳେ ଲୋକସଭାରେ ରାହୁଲଙ୍କ ନାଁ ନେଇ ତାଙ୍କୁ ଭୀଷଣ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ସଂସଦରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ନେଇ ମୋଦି ତାଙ୍କୁ ଖୁବ୍ ଧୋଇଛନ୍ତି । କହିଛନ୍ତି ହିନ୍ଦୁଙ୍କ ଉପରେ ମିଛ ଆରୋପର ଷଡ଼ଯନ୍ତ୍ର ଲଗାଯାଉଛିଗତକାଲି ସଂସଦରେ ଭରପୁର ମିଛ କଥା କୁହାଗଲା।

ସମ୍ବିଧାନର ଗରିମା ସହ ଖେଳ ସଂସଦ ପାଇଁ ଦୁର୍ଭାଗ୍ୟଜନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କାଲି ଯାହା ହୋଇଛି, ତାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ । ଏଭଳି ହରକତକୁ ବାଳକବୁଦ୍ଧି କହି ନଜରଅନ୍ଦାଜ କରାଯିବା କଥା ନୁହେଁ ବୋଲି କହିଛନ୍ତି ମୋଦି ।ଗତ ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ମୋଦି। କହିଛନ୍ତି ୨୦୨୪ ପରଠୁ କଂଗ୍ରେସ ଦଳ ଏବେ ପରଜୀବୀ ପାଲଟି ଯାଇଛି। ଅନ୍ୟପଟେ ୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।ସେପଟେ ସଂସଦରେ ରାହୁଲ ଗାନ୍ଧୀଙ୍କ ସହ ମୁହାଁମୁହିଁ ପରେ ଏନଡିଏ ସାଂସଦଙ୍କୁ ରାହୁଲଙ୍କ ଭଳି ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମଙ୍ଗଳବାର ବସିଥିବା ବିଜେପିର ସଂସଦୀୟ ଦଳର ବୈଠକରେ ମୋଦୀ ସାଂସଦମାନଙ୍କୁ ସଂସଦର ନିୟମକାନୁନ ମାନିବାକୁ କହିଛନ୍ତି ମୋଦୀ।

LEAVE A REPLY

Please enter your comment!
Please enter your name here