ପୁଣି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଜେଏମଏମ ନେତା ହେମନ୍ତ ସୋରେନ୍ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବ। ଏସମ୍ପର୍କରେ ଆଜି ରାଂଚିରେ ଇଣ୍ଡି ମେଂଟ ବୈଠକରେ ହେମନ୍ତଙ୍କୁ ପୁଣି ଥରେ ନେତୃତ୍ବଦେବାକୁ ନିଷ୍ପତି ହୋଇଥିବା ଜଣାଯାଇଛି।ଜମି ଦୁର୍ନୀତିରେ ଗିରଫ ହୋଇ ୫ ମାସ ଜେଲରେ ରହିବା ପରେ ହେମନ୍ତ ଗତମାସ ୨୭ରେ ଜାମିନ୍ ପାଇଥିଲେ। ହେମନ୍ତ ଜେଲରୁ ମୁକୁଳିବା ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ କି ବୋଲି ପ୍ରଶ୍ନ ଉଠିଥିଲା।
ହେଲେ ଚମ୍ପାଇ ସୋରେନ ହିଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ହେମନ୍ତ ସ୍ପଷ୍ଟ କରିଥିଲେ। ହେଲେ ଏବେ ସେ ନିଜ ନିଷ୍ପତି ନେଇ ପୁନଃବିଚାର କରିଛନ୍ତି ଓ ଦଳର ଉନ୍ନତିକୁ ଲକ୍ଷ୍ୟ ରଖି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକ ରାଜି ଥିବା କୁହାଯାଉଛି।ଗତ ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୫ଟି ଆସନରୁ ଲଢ଼ି ୩ଟିରେ ବିଜୟୀ ହୋଇଥିଲା।
ଏହାସହ ଇଣ୍ଡିମେଣ୍ଟର ସହଯୋଗୀଙ୍କ ସହ ମିଶି ଆଦିବାଦୀ ଅଧ୍ୟୁଷିତ ୫ଟି ଲୋକସଭା ଆସନରେ ବିଜେପୀକୁ ମୂଳପୋଛ କରିବାରେ ସଫଳ ହୋଇଛି। ଏବେ ରାଜ୍ୟରେ ବିଜେପି ବିରୋଧରେ ସୃଷ୍ଟି ହୋଇଥିବା ବାତାବରଣରୁ ହେମନ୍ତ ଜେଏମଏମ ଓ ଇଣ୍ଡିମେଣ୍ଟକୁ ଫାଇଦା ଉଠାଇବାକୁ ଚାହୁଁଛନ୍ତି। ତେବେ ବରିଷ୍ଠ ଆଦିବାସୀ ନେତା ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ଏହା ଆଦିବାସୀ ଭୋଟ ବ୍ୟାଙ୍କ ଉପରେ ପଡ଼ିପାରେ। ତେଣୁ ହେମନ୍ତଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର l