After 22 days, the Chief Minister entered the third floor

0
Oplus_131072

୨୨ ଦିନ ପରେ ତୃତୀୟ ମହଲାରେ ଏଣ୍ଟ୍ରି କଲେ ମୁଖ୍ୟମନ୍ତ୍ରୀ

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଣ୍ଡିଆ ମାରି ଭିତରେ ପ୍ରବେଶ କଲେ। ଲୋକସେବା ଭବନର ତୃତୀୟ ମହଲାରେ ସେ ଆଜି ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ କ୍ୟାବିନେଟ୍ ମନ୍ତ୍ରୀ। ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭଗ୍ୟ ସ୍ୱାଗତ କରିଥିଲେ..ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।ତେବେ ଅନ୍ୟପଟେ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଅର୍ଥାତ୍ ରାଜ୍ୟରେ ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ଶିବର ଖୋଲିଥିଲା । ଲୋକେ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ଅଭିଯୋଗ କରିପାରିଲେ ।

୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ସିଧାସଳଖ ଲୋକଙ୍କ ପାଖରେ, ଲୋକଙ୍କ ସହ ଛିଡ଼ା ହୋଇ ସେମାନଙ୍କ କଥା ଶୁଣିଛନ୍ତି। ଲୋକେ ନିଜ ଅଭିଯୋଗ ପୂରଣ ହେବା ନେଇ ଆଶା କରିବେ ଓ ସମାଧାନ ବି ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here