ଗଜପତି ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ ଉଦ୍ଘାଟନ
ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ତରଫରୁ ଜିଲ୍ଲା ସ୍ତରୀୟ ସମ୍ପୁର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ସମ୍ପୁର୍ଣ୍ଣତା ଅଭିଯାନ ୪ ଜୁଲାଇ ଠାରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଜିଲ୍ଲାର ଦୁଇ ଗୋଟି ଆକାଂକ୍ଷା ପଞ୍ଚାୟତ ସମିତି ଆର୍.ଉଦୟଗିରି ଓ ଗୁମ୍ମା ଅନ୍ତର୍ଗତ ସାମଗ୍ରିକ ବିକାଶ କ୍ଷେତ୍ରରେ ଆଗକୁ ନେବାକୁ ଏହି କାର୍ଯ୍ୟକ୍ରମ ସଫଳତାର କାର୍ଯକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ଆଜି ସକାଳ ୫.୩୦ ମିନିଟ୍ ସମୟରେ ଅଟଳ ପାର୍କ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପ୍ରଭାତ ପେରୀ ଶୋଭାଯାତ୍ରା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅୟୋଜନ କରଯାଇଥିଲା। ସେଇପରୀ ୧୦ ଘଟିକା ସମୟ ରେ ଜଗନ୍ନାଥ ମନ୍ଦିରର ଠାରୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ପରେ ଉକ୍ତ ସ୍ଥାନରେ ଏକ ସଧାରଣ ସଭା ଆୟୋଜନ କରଯାଇଛି।
ଏହି ସଭାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦାଶରଥି ଗମଙ୍ଗ,ମାନ୍ୟବର ବିଧାୟକ, ମୋହନା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ରୁପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି, ଜି.ତିରୁପତି ରାଓ, ସଭାପତି, ଜିଲ୍ଲା ପରିଷଦ ଗଜପତି, ନୀତି ପ୍ରକାଶ, ୟଙ୍ଗ ପ୍ରଫେସନାଲ,ନୀତି ଆୟୋଗ ନୂଆ ଦିଲ୍ଲୀ, ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚାସୀନ ସମସ୍ତ ଅତିଥି ଗଣ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ ଗଜପତି ଜିଲ୍ଳାର ସମ୍ପୁର୍ଣ୍ଣତା ଅଭିଯାନ ର ମୂଳ ଲକ୍ଷ୍ୟ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ପୃଷ୍ଠି ଲକ୍ଷ୍ୟ ହାସଲ ସକାଶେ ଦୃଢ ସଂକଳ୍ପ ଦେଇ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ସମସ୍ତ ବର୍ଗ ଓ ଶ୍ରେଣୀର ଲୋକମାନଙ୍କୁ ଉତ୍କୃଷ୍ଟ ସେବା ଯୋଗଇ ଦେବା ଓ ସମସ୍ତ ଲୋକମାନଙ୍କ ଠାରେ ତୁରନ୍ତ ସେବା ଯୋଗାଇ ଦିଆଯିବାକୁ କହିଥିଲେ।
ସମ୍ପୁର୍ଣ୍ଣତା ଅଭିଯାନର ସମସ୍ତ ଲକ୍ଷ୍ୟ ଗୁଡ଼ିକୁ ପୁରା କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପରେ ପରେ ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ସଂଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରଯାଇଛି। ସେହିପରି ୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି ବଣ୍ଟନ କରଯାଇଥିଲା ସେହିପରି ୫୦ ଜଣ କୃଷକ ମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାରୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ,ଆଶାକର୍ମା, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ।