କେତେ ପ୍ରତିଶ୍ରୁତି ପାଳନ କରିବେ ମୋହନ ସରକାର
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଗାମୀ ୨୨ତାରିଖରେ ବିଧାନସଭାର ବଜେଟ ଅଧିବେସନ। ଆଉ ୨୫ତାରିଖରେ ବଜେଟ ଉପସ୍ଥାପନ ହେବ। ଏହାରି ଭିତରେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି, ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଚାଲୁ ରଖିବା। ପୁଣି ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଛନ୍ତି, ତା ପାଇଁ ବଜେଟ ବ୍ୟବସ୍ଥା କରିବାକୁ ପଡ଼ିବ। ତେଣୁ କିଛି କେନ୍ଦ୍ରୀୟ ଯୋଜନା ସହିତ ରାଜ୍ୟ ଯୋଜନାକୁ ମିଶାଇବା ପାଇଁ ଯୋଜନା କରିପାରନ୍ତି ସରକାର। ସେହିପରି କିଛି ଯୋଜନାକୁ ବନ୍ଦ କରିବାର ନିଷ୍ପତି ନେଇପାରନ୍ତି।୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ପ୍ରାୟ ୨ ଲକ୍ଷ ୫୦ ହଜାର କୋଟି ।
ଯଦି ଦିଆଯାଇଥିବା ବଡ ବଡ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ପାଳନ କରାଯାଏ ତାହା ହେଲେ ବଜେଟ ପରିମାଣ ଦୁଇଗୁଣା ହୋଇଯିବ । ହେଲେ ଏତେ ସମ୍ୱଳ କେଉଁଠୁ ଆସିବ । ଏହାକୁ ନେଇ ଚିନ୍ତାରେ ଅର୍ଥ ବିଭାଗ ।ଗୋଟିଏ ପଟେ ସରକାରଙ୍କ ନୂଆ ସ୍କିମ ଲାଗୁ କରିବା, ଅନ୍ୟପଟେ ପୁରୁଣା ଯୋଜନା ଚାଲୁ ରଖିବା ବଡ ଚ୍ୟାଲେଞ୍ଜ ହେବ । କୁହାଯାଉଛି ପୂର୍ବ ସରକାରଙ୍କ କିଛି ଯୋଜନା କେନ୍ଦ୍ର ଯୋଜନାରେ ସାମିଲ କରିବା ନେଇ ଚିନ୍ତା କରୁଛନ୍ତି ମୋହନ ସରକାର ।ଜୁଲାଇ ୨୩ରେ କେନ୍ଦ୍ର ବଜେଟ ଆସିବା ପରେ, କେନ୍ଦ୍ରୀୟ ଅନୁଦାନକୁ ଲକ୍ଷ୍ୟ କରି ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବାକୁ ରୂପରେଖ ସ୍ଥିର କରିବେ ।