ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ବନିଅନ୍ତା
ପୁରୀ ( ବିପ୍ଲବୀ ପରିକ୍ରମା ):-ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ବନିଅନ୍ତା । ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ଗତକାଲି ବଡଦାଣ୍ଡରେ ଅଟକିଥିବା ତିନିରଥ ଆଜି ଶରଧାବାଲିରେ ପହଞ୍ଚିବ । ରତ୍ନବେଦୀରୁ ଜନ୍ମବେଦୀକୁ ଅଭିମୁଖେ ଦାରୁବ୍ରହ୍ମ । ଆଉ କିଛି ସମୟ ପରେ ଆରମ୍ଭ ହେବ ରଥ ଟଣା । ଶ୍ରୀଜିଉଙ୍କ ରଥକୁ ଶ୍ରୀଗୁଣ୍ଡିଚା ଅଭିମୁଖେ ଟାଣି ନେବେ ଲକ୍ଷାଧିକ ଭକ୍ତ । ଏଥର ବିରଳ ରଥଯାତ୍ରା ଦେଖିଲେ ବିଶ୍ବବାସୀ । ଗତକାଲି ନିର୍ଦ୍ଧାରିତ ସମୟ ସନ୍ଧ୍ୟା 5ଟାରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ହୋଇଥିଲା । ଏହା ପଛକୁ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥଟଣା ହୋଇଥିବା ବେଳେ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା ।