Rathajatra held at ganjam’s Asika, seragadh & Dharakot

0
Oplus_131072

ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଭକ୍ତିମୟ ପରିବେଶ ମଧ୍ୟରେ ନବ ଯୌବନ ଦର୍ଶନ, ରଥ ପ୍ରତିଷ୍ଠା ଏବଂ ରଥଯାତ୍ରା ଅନୁଷ୍ଠିତ

 

ଆସିକା ( ବିପ୍ଲବୀ ପରିକ୍ରମା ):- ଆସିକା, ଧରାକୋଟ ଓ ଶେରଗଡ଼ ର ବିଭିନ୍ନ ଗ୍ରାମ ଠାରୁ ଆରମ୍ଭକରି ସହରରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ନବ ଯୌବନ ଦର୍ଶନ ସହ ରଥଟଣା ନୀତି ସମ୍ପର୍ଣ୍ଣ ହୋଇଛି l ପ୍ରାତଃ ସମୟରୁ ଦ୍ୱାରଫିଟା ନୀତି, ମଙ୍ଗଳଆରତୀ, ଅବକାଶ, ମଇଲମ, ତଡପଲାଗି, ଦ୍ୱାର ପୂଜା, ସ୍ୱତନ୍ତ୍ର ବେଶ କରାଯାଇଥିଲା l

Oplus_131072

ଦୀର୍ଘ ବର୍ଷ ର ବ୍ୟବଧାନ ପରେ ଆଜି ଗୋଟିଏ ଦିନରେ ନବ ଯୌବନ ଦର୍ଶନ ସହ ରଥ ପ୍ରତିଷ୍ଠା ଏବଂ ରଥ ଟଣା ନୀତି ଅନୁଷ୍ଠିତ ହୋଇଥିଲା l ପଣ୍ଡିତ ମାନଙ୍କ ଦ୍ୱାରା ପୂଜା ହୋମ କରାଯାଇ ପ୍ରଥମେ ନବ ଯୌବନ ଦର୍ଶନ କାର୍ଯ୍ୟ ସମାପନ ପରେ ରଥ ଖଳା ରେ ଥିବା ରଥ ଗୁଡିକୁ ପ୍ରତିଷ୍ଠା କରାଯାଇଥିଲା l ଏହାପରେ ଚତୁର୍ଦ୍ଧାମୂର୍ତ୍ତି ମାନଙ୍କୁ ପହଣ୍ଡି କରାଯାଇ ବିଜେ କରାଯାଇଥିଲା l ରଥ ଉପରେ ବନ୍ଦାପନା, ବେଶ, ଆରତୀ ସମେତ ରୀତିନୀତି ସମ୍ପର୍ଣ୍ଣ କରାଯାଇଥିଲା l

 

Oplus_131072

ବିଧାୟକ କିମ୍ବା ଜିଲ୍ଲାପାଳ ଅଥବା ରାଜା,ଜଗନ୍ନାଥଙ୍କ ନିକଟରେ ସମସ୍ତେ ଜଣେ ଜଣେ ପ୍ରଜା I ଆସିକା ରେ ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ରଥଟାଣିବା ହେଉ କିମ୍ବା ଅଲାରିଗାଡ଼ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଛେରା ପହଁରା କରିବା ହେଉ, କିମ୍ବା ଧରାକୋଟ ରେ ରାଜା ସୁଲକ୍ଷଣା ଗୀତାଞ୍ଜଳିଙ୍କ ଛେରା ପହଁରା ଏହା ହେଉଛି ସମର୍ପଣ ର ଦୃଶ୍ୟ l

Oplus_131072

ଘଣ୍ଟ, ତୁରୀ, ବାଦ୍ୟ ବାଜଣା, ହରିବୋଲ ହୁଳହୁଳି ରେ କମ୍ପି ଉଠିଥିଲା ବଡ଼ ଦାଣ୍ଡ l ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସ୍ବେଛାସେବୀ ମାନେ ମଧ୍ୟ ଅନେକ ସହଯୋଗ କରିଛନ୍ତି l

LEAVE A REPLY

Please enter your comment!
Please enter your name here