ଜଟିଳ ହେଉଛି ଜଟଣୀ ରାଜନୀତି ; ସୁରଙ୍କ ବିକଳ୍ପ କିଏ ?

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜଟଣୀ ରାଜନୀତି ସେତିକି ଜଟିଳ ହେଉଛି। କାହଁକି ନା ସବୁ ସାଧାରଣ ନିର୍ଵାଚରେ ଜଟଣୀର ରାଜନୈତିକ ଅଙ୍କକଷା ଭାରି ଜଟିଳ ହୋଇଥାଏ । କଂଗ୍ରେସ ଦଳର ପ୍ରାର୍ଥୀକୁ ନେଇ କର୍ମୀମାନେ ଦ୍ୱନ୍ଦ୍ବରେ ଥିବା ବେଳେ ଆଗକୁ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି। ଜଟଣୀରେ ବିଧାୟକ ତଥା କଂଗ୍ରେସ ସଭାପତି ସୁରେଶ କୁମାର ରା।ଉତରାୟ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବାରମ୍ୱାର ଗଣମାଧ୍ୟମକୁ ମତଦେଇ ଆସୁଛନ୍ତି। ଆଗାମୀ ନିର୍ବାଚନରେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ଦଳରୁ ପ୍ରାର୍ଥୀ ହେବା ନେଇ ଶ୍ରୀ ରାଉତରାୟ ସ୍ପଷ୍ଟ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ମନ୍ମଥ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସିଧାସଳଖ ଗଣମାଧ୍ୟମକୁ କହିଥିଲେ। ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିଲେ ଜିତିବା ଆଶଙ୍କା କମ ଥିବା କାରଣରୁ ଦଳରୁ ପ୍ରାର୍ଥୀ ହେବାକୁ ରାଜି ନଥିବା ଆଲୋଚନା ହେଉଛି। ମନ୍ମଥ ଜିତିବା ଆଶା ନେଇ ବିଜେଡିରୁ ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଏପରି ସ୍ତିତିରେ କଂଗ୍ରେସ କର୍ମୀ ମାନେ ନେତୃତ୍ୱ ବିହୀନ ହୋଇପଡିଥିବା ଆଲୋଚନା ହେଉଛି । କିନ୍ତୁ ଏହି ଆସନରେ ଦିନେ ସୁର ଆଉ ଶରତଙ୍କ ଲଢେଇକୁ ନେଇ ସବୁବେଳେ ଚର୍ଚା ରେ ଥିବା ନିର୍ବାଚନ ମଣ୍ଡଳୀରେ ପ୍ରାୟ 15 ବର୍ଷ ହେବ ଭିର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି । ଏହି ଆସନ ଲାଗି ବିଜେଡିର ଟିକେଟ ଅଦଳବଦଳ ଦ୍ୱାରା ଜଟଣୀ ନିର୍ବାଚନ ଅଙ୍କକୁ ବେଶ ଜଟିଳ କରିଛି । ସ୍ବର୍ଗତ ଶରତ ପାଇକରାୟଙ୍କ ଟିକେଟ କାଟି ବିଭୁତି ବଳବନ୍ତରାୟଙ୍କୁ ଟିକେଟ ମିଳିବ ପରେ ବିଭୁତିଙ୍କ ଟିକେଟ କାଟି ଭାଗିରଥିଙ୍କୁ ଟିକେଟ ଦେଇଥିଲା ଦଳ । କିନ୍ତୁ ଗତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ବିଭୁତି। ଆଉ ଏଥର ଭି ପାଖ ପାଖି ସମାନ ସ୍ତିତି ରହିଛି । ଗତ ନିର୍ବାଚନରେ ହାରିଥିଲେ ଭି ଦଳୀୟ କାର୍ଯ୍ୟକ୍ରମରେ ଅଛନ୍ତି ବେଶ ସକ୍ରିୟ । ଏମିତିକି ଦଳ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ପାଦରେ ରଖିଛି । ଆଉ ତାଙ୍କ ନେତୃତ୍ୱରେ ପଂଚାୟତ ଆଉ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲା ।ଏହି କାରଣରୁ ଏବେ ଆଲୋଚନା ହେଉଛି ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇପାରେ । କିନ୍ତୁ ବିଜେଡି ଯେଉଁ ଭଳି ପୂର୍ବରୁ ପ୍ରାଥୀ ବଦଳିଛି ସେଥିପାଇଁ ଆଗକୁ ନିର୍ବାଚନ ରଣନୀତି କଣ ହେବ ଆଗରୁ ଆଲୋଚନା କରିବା ଏବେଠୁ ମୁସ୍କିଲ ହୋଇପଡିଛି। ଏପଟେ ବିଜେପିର ବିଶ୍ୱରଂଜନ ବଡ ଜେନ ଏବେ ବି ଟିକେଟ ଦୋୖଡରେ ରହିଛନ୍ତି । ଗତ ନିର୍ବାଚନରେ ପରାଜିତ ହୋଇଥିଲେ ଭି ବିଜେପିର ଭୋଟ ହାର ବଢିଥିଲା ଯେଉଁ କାରଣରୁ ଦଳ ତାଙ୍କ ଉପରେ ଭରସା କରିପାରେ ବୋଲି ଆଲୋଚନା ହେଉଛି । ତେବେ ଦେଖିବାକୁ ବାକିରହିଲା କେରେ କାହାକୁ ଏଠାରେ ପ୍ରାଥୀ କରୁଛି ।

LEAVE A REPLY

Please enter your comment!
Please enter your name here