ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ବାକ୍ କରିଛନ୍ତି ମହାମହିମ
ପୁରୀ ( ବିପ୍ଲବୀ ପରିକ୍ରମା ):- ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ରବିବାର ମହାପ୍ରଭୁଙ୍କ ରଥଟାଣିବା ପରେ ଆଜି ସକାଳୁ ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ବାକ୍ କରିଛନ୍ତି ମହାମହିମ । ପ୍ରାତଃ ଭ୍ରମଣ କରିବା ସହ ସମୁଦ୍ରର ସୌନ୍ଦର୍ଯ୍ୟକୁ ବଖାଣିଛନ୍ତି ରାଷ୍ଟ୍ରପତି । ଏଥି ସହ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସୁରକ୍ଷା ପାଇଁ ଆହ୍ବାନ ଦେଇଛନ୍ତି । ଏନେଇ ରାଷ୍ଟ୍ରପତିଙ୍କ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରାଯାଇଛି ।